ଓଡିଶା

odisha

ETV Bharat / bharat

ଓଭରଟେକ୍ କଲାବେଳେ କାରକୁ ଚାପିଦେଲା ଟ୍ରକ; ଚାଲିଗଲା ୬ ଜୀବନ - ସଙ୍ଗରୁରରେ ସଡକ ଦୁର୍ଘଟଣା

ପଞ୍ଜାବର ସଙ୍ଗରୁର ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । କାର୍ ଟ୍ରକ ମୁହାଁମୁହିଁ ଧକ୍କାରେ ୬ ଜଣଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ପଞ୍ଜାବରେ ଜିଲ୍ଲାରେ ସଡକ ଦୁର୍ଘଟଣା
ପଞ୍ଜାବରେ ଜିଲ୍ଲାରେ ସଡକ ଦୁର୍ଘଟଣା

By ETV Bharat Odisha Team

Published : Nov 2, 2023, 12:33 PM IST

ଚଣ୍ଡିଗଡ:ଟ୍ରକକୁ ଓଭରଟେକ୍ କରିବା ପଡିଲା ମହଙ୍ଗା । ଟ୍ରକ ଚାପାରେ ଚୁରମାର୍ ହୋଇଗଲା କାର୍ । ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ । ଆଜି(ଗୁରୁବାର) ମଧ୍ୟରାତ୍ରିରେ ପଞ୍ଜାବ ସଙ୍ଗରୁର ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ୬ ଜଣ ମୃତକଙ୍କ ମଧ୍ୟରେ ଜଣେ ୪ ବର୍ଷୀୟ ଶିଶୁ ରହିଛି । ଏନେଇ ପଞ୍ଜାବ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: Boat capsized in Bihar: ଡଙ୍ଗା ବୁଡି 14 ନିଖୋଜ, ମିଳିଲା 4 ମୃତଦେହ

ସୂଚନା ମୁତାବକ, ସଙ୍ଗରୁର ଜିଲ୍ଲାର ସୁନମ ତାଲୁକ ଅନ୍ତର୍ଗତ ମେହଲାନ ଛକ ନିକଟରେ ରାତି ୨ଟାରେ ବେଳେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ମୃତକ କାର୍‌ଯାତ୍ରୀ ଅଟନ୍ତି । ସେମାନେ ମଲେରକୋଟଲା ସ୍ଥିତ ବାବା ହାଇଦର ଶେଖ୍ ଦରଘା ଦର୍ଶନ କରି ଘରକୁ ଫେରୁଥିଲେ । ମେହଲାନ ଛକ ନିକଟରେ କାର୍ ଚାଳକ ଗୋଟିଏ ଟ୍ରକକୁ ଓଭରଟେକ୍ କରିବାକୁ ଉଦ୍ୟମ କରିଥିଲେ । ଠିକ୍ ଏତିକି ବେଳେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା କାର୍ ।

ଏହାମଧ୍ୟ ପଢନ୍ତୁ : ପାଓ୍ବାର‌ ହାଉସ ଛକରେ ବାଇକକୁ ପିଟିଲା କାର, 2 ଗୁରୁତର

ଏହାପରେ କାରଟି ଦୁଇଟି ଟ୍ରକ ମଝିରେ ଫସି ଯାଇ ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଜଣେ ୪ ବର୍ଷୀୟ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକମାନେ ସଙ୍ଗରୁର ନିବାସୀ ହୋଇଥିବା ପରିଚୟ ମିଳିଛି । ସେମାନେ ହେଲେ ଲଳିତ ବଂଶଲ (୪୫), ଦବେଶ ଜିନ୍ଦଲ(୩୩), ଦୀପକ ଜିନ୍ଦଲ(୩୦), ବିଜୟ କୁମାର(୫୦) ।

ଏହାମଧ୍ୟ ପଢନ୍ତୁ : ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଆଖି ବୁଜିଲେ ଗୋଟିଏ ପରିବାରର 5 ସଦସ୍ୟ

ଖବର ପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି କାର୍ ଭିତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲା । ଏନେଇ ଡାକ୍ତର ନବଦୀପ ଅରୋରା କହିଛନ୍ତି ଯେ, ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ସରକାରୀ ହସ୍ପିଟାଲକୁ ପଠାଯାଇଛି । ଏହି ଘଟଣାରେ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି । କାର୍ ଓଭରଟେକ୍ କରିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା ପୋଲିସ କହିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ABOUT THE AUTHOR

...view details