ଭୋପାଳ:ଏକାଧିକ ସ୍ଥାନରେ ଜାରି ରହିଥିବା ଆତଙ୍କୀ ନିରୋଧୀ ଅପରେସନ ପରେ 4ବାଂଲାଦେଶୀ ଆତଙ୍କୀଙ୍କୁ କାବୁ କରିବାରେ ସଫଳ ହୋଇଛି ମଧ୍ୟପ୍ରଦେଶ ପୋଲିସ । ସନ୍ଦିଗ୍ଧ ଆତଙ୍କୀ କାର୍ଯ୍ୟକଳାପ ନେଇ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ସହରର ଏକାଧିକ ସ୍ଥାନରେ ଅପରେସନ କରିଥିଲା ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଆତଙ୍କ ନିରୋଧୀ ୟୁନିଟ । ତେବେ 4 ଆତଙ୍କୀଙ୍କୁୁ ଗିରଫ କରାଯାଇ ଥବାବେଳେ ସମସ୍ତ ଆତଙ୍କବାଦୀ ବାଂଲାଦେଶୀ ଆତଙ୍କୀ ସଂଗଠନ ଜମ୍ମାତ-ଉଲ- ମୁଜ୍ଜାହିଦ୍ଦିନର ସଦସ୍ୟ ବୋଲି ପୋଲିସ କହିଛି ।
ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଗିରଫ ଆତଙ୍କୀମାନେ ହେଲେ ଫଜହର ଅଲି ଓରଫ ମେହମୁଦ (32), ମହମ୍ମଦ ଆକିଲ ଓରଫ ଅହମ୍ମଦ (24), ଜାହରୁଦ୍ଦିନ ଓରଫ ଇବ୍ରାହିମ (28) ଏବଂ ଫଜହର ଜୈନଲ ଅବଦେନ ଓରଫ ଅକ୍ରାମ ଅଲ ହାସନ (25)। ଏହି ଆତଙ୍କୀ ସଂଗଠନ ବାଂଲାଦେଶରୁ ଅପରେଟ ହେଉଥିବାବେଳେ ବୋଧଗୟାରେ ହୋଇଥିବା ବିସ୍ଫୋରଣରେ ମଧ୍ୟ ଏହି ଗୋଷ୍ଠୀର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି ।