ଶ୍ରୀନଗର:କେନ୍ଦ୍ରୀୟକାଶ୍ମୀରରେ ଥିବା ଅମିରା କାଦଲ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ 21ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ମଧ୍ୟ ରହିଛନ୍ତି । ଆଜି ଅପରାହ୍ନରେ ସ୍ଥାନୀୟ ଏକ ମାର୍କେଟର ବ୍ୟସ୍ତବହୁଳ ସ୍ଥାନରେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କୁ ମୃତ ଘୋଷଣା କରାଯାଇଛି ।
କାଶ୍ମୀର ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି (ରବିବାର) ଅମିରା କାଦଲ ଅଞ୍ଚଳରେ ଥିବା ଏକ ମାର୍କେଟରେ ଏହି ଗ୍ରେନେଡ ମାଡ କରାଯାଇଥିଲା । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସହ ସ୍ଥାନୀୟ 21 ଜଣ ଆହତ ହୋଇଥିଲେ ।