ଗାନ୍ଧୀନଗର: ଗୁଜୁରାଟର ମୋର୍ବି ଅଞ୍ଚଳରେ ମାଞ୍ଚୁ ନଦୀରେ ଏକ କେବୁଲ ବ୍ରିଜ ଭୁଶୁଡ଼ିବା ଫଳରେ 7 ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ଆଜି ସଂଧ୍ୟାରେ ଏହି ଅଘଟଣ ଘଟିଛି । ଏପର୍ଯ୍ୟନ୍ତ 7 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସଙ୍ଘଭି (Harsh Sanghavi) ସୂଚନା ଦେଇଛନ୍ତି । ଅନେକ ଲୋକ ଆହତ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲ ଭୁଶୁଡିପଡିବାର କାରଣ ସମ୍ପର୍କରେ କିଛି ଜଣାପଡିନାହିଁ । ଏବେ ମଧ୍ୟ ପାଣି ଭିତରେ ପୋଲର ଭଗ୍ନାବଶେଷରେ ବହୁ ଲୋକ ଫସି ରହିଥିବା ଦେଖିବାକୁ ମିଳିଛି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଗୃହମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ସଂଧ୍ୟା ପ୍ରାୟ ସାଢେ 6 ଟା ବେଳେ ଏହି ଅଘଟଣ ଘଟିଛି । ପୋଲ ଉପରେ ପ୍ରାୟ 150 ଜଣ ଥିବା ବେଳେ ବ୍ରିଜ ଭୁଶୁଡି ପଡିଥିଲା । ଖବର ସମ୍ପର୍କରେ ଜଣାପଡିବାର ମାତ୍ର 15 ମିନିଟ ମଧ୍ୟରେ ସ୍ଥାନୀୟ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ, ଜିଲ୍ଲା ଏସ.ପି, ଡାକ୍ତର, ଆମ୍ବୁଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିବା ନେଇ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି ।