ନୂଆଦିଲ୍ଲୀ:ପୁଣି ରାଜଧାନୀର ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି ହଙ୍ଗାମା । ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ(AISA) ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP)ଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା ଯୋଗୁଁ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ରବିବାର ରାତ୍ରି ସମୟରେ ଏହି ସଂଘର୍ଷ ଘଟିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି ।
ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ AIIMSରେ ଚିକିତ୍ସିତ ହେଉଛନ୍ତି । ଏହି ସଂଘର୍ଷ ପ୍ରାୟ ରାତି ୯ଟା ୪୫ ମିନିଟରେ ଆରମ୍ଭ ହୋଇଥିଲା । ବିଶ୍ବବିଦ୍ୟାଳୟରେ ସ୍ଲୋଗାନ ଦିଆଯାଇ ସଂଘର୍ଷ ଆରମ୍ଭ ହୋଇଥିବା ପୋଲିସ ଦକ୍ଷିଣପଶ୍ଚିମାଞ୍ଚଳ ଡେପୁଟି କମିଶନର(DCP) ଗୌରବ ଶର୍ମା ସୂଚନା ପାଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କୌଣସି ସଂଘର୍ଷ ଦେଖିନଥିବା କହିଛି ।