ଚଣ୍ଡିଗଡ଼: ହରିୟାଣାରେ ରାବଣପୋଡ଼ି ବେଳେ ଘଟିଲା ଅଘଟଣ । ରାବଣ ଦହନ ବେଳେ ଜଳୁଥିବା ରାବଣ ପ୍ରତିକୃତି ପାଖରେ ଥିବା ଲୋକଙ୍କ ଉପରେ ପଡ଼ିଛି । ଫଳରେ ରାବଣପୋଡ଼ି ବେଳେ ଆତଙ୍କ ସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାରେ କେତେଜଣ ଆହତ ହୋଇଛନ୍ତି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଏହାପରେ ରାବଣ ପ୍ରତିକୃତିକୁ ଅତି କଷ୍ଟରେ ଜେସିବି ସାହାଯ୍ୟରେ ଉଠାଇ ରାବଣପୋଡ଼ି ସମ୍ପନ୍ନ ହୋଇଛି । ପ୍ରାୟ ୭୦ ଫୁଟର ରାବଣପୋଡ଼ି ବେଳେ ଉପସ୍ଥିତ ଲୋକେ ପ୍ରତିକୃତିରେ ଲାଗିଥିବା ବାଡ଼ି କାଢ଼ିବାକୁ ଲାଗିଥିଲେ । ଏହାପରେ ଅଚାନକ ଅଧାରୁ ରାବଣ ପ୍ରତିକୃତି ଭାଙ୍ଗି ଯାଇଥିଲା । ଲୋକଙ୍କ ଉପରେ ରାବଣ ପ୍ରତିକୃତି ପଡ଼଼ିବା ପରେ ସେଠାରେ ଧାଁ ଧପଡ଼ ଆରମ୍ଭ ହୋଇଯାଇଥିଲା । ପ୍ରତିକୃତି ତଳେ ପ୍ରାୟ ୭ ଜଣ ଦବି ଯାଇଥିଲେ ବୋଲି କୁହାଯାଉଛି । ବିଧିବଦ୍ଧ ଭାବରେ ଏହାକୁ ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।