ରାଞ୍ଚି: ଝାଡଖଣ୍ଡରେ ଅଘଟଣ । କୋଇଲା ଖଣିରେ ଭୂସ୍ଖଳନ । କୋଇଲା ଖଣି ଭିତରେ ପ୍ରାୟ ୫୦ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଧାନବାଦରେ ବେଆଇନ କୋଇଲା ଖଣିରେ ଏହି ଭୂସ୍ଖଳନ ହୋଇଛି ।
କୋଇଲା ଖଣିରେ ଭୂସ୍ଖଳନ, ଫସିଛନ୍ତି ଅନେକ ଶ୍ରମିକ - କୋଇଲା ଖଣିରେ ଭୂସ୍ଖଳନ
ଝାଡଖଣ୍ଡରେ ଅଘଟଣ । କୋଇଲା ଖଣିରେ ଭୂସ୍ଖଳନ । କୋଇଲା ଖଣି ଭିତରେ ପ୍ରାୟ ୫୦ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ
କୋଇଲା ଖଣିରେ ଭୂସ୍ଖଳନ
ଚଳିତ ବର୍ଷ ଫେବୃଆରୀରେ ଧାନବାଦରେ ବେଆଇନ କୋଇଲା ଖଣିରେ ଭୂସ୍ଖଳନ ହୋଇଥିଲା । ପାଖାପାଖି 24 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ବେଆଇନ ଭାବେ ଖନନ କାର୍ଯ୍ୟ ଚାଲିଥିଲା । 20 ଫୁଟ ଉଚ୍ଚରୁ ଖଣି ଉପକରଣ ପଡିବାକୁ ଅଘଟଣ ହୋଇଥିଲା ।
ସେହିପରି ଗତ ସପ୍ତାହରେ ଝାଡଖଣ୍ଡର ଦେବଘରର ତ୍ରିକୁଟରେ ହୋଇଥିବା ରୋପୱେ ଅଘଟଣ ସ୍ତବ୍ଧ କରି ଦେଇଥିଲା । ଦୁଇ ଦିନ ଧରି ପ୍ରାୟ 45 ପର୍ଯ୍ୟଟକ ରୋପୱେରେ ଫସିଥିଲେ । ଦୁର୍ଘଟଣାରେ 3ଜଣଙ୍କର ମୃତ୍ୟୁ ହୋଇଥିଲା । ବାୟୁସେନା ଦୀର୍ଘ ୪୪ ଘଣ୍ଟାର କସରତ ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା ।