ଓଡିଶା

odisha

ETV Bharat / bharat

ଯମୁନା ନଦୀ ଡଙ୍ଗା ବୁଡି ଘଟଣାରେ ୩ ମୃତ, ଅନେକ ନିଖୋଜ - ଡଙ୍ଗାବୁଡି ଏକାଧିକ ମୃତ

ଉତ୍ତର ପ୍ରଦେଶ ବାନ୍ଦାରେ ଯମୁନା ନଦୀରେ ବୁଡିଗଲା ଡଙ୍ଗା । ୩ ମୃତ, ୧୧ ଉଦ୍ଧାର । ଏବେବି ଅନେକ ନିଖୋଜ । ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ଯମୁନା ନଦୀରେ ଡଙ୍ଗା ବୁଡି ୩ ମୃତ, ଅନେକ ନିଖୋଜ
ଉତ୍ତର ପ୍ରଦେଶରେ ଯମୁନା ନଦୀରେ ଡଙ୍ଗା ବୁଡି ୩ ମୃତ, ଅନେକ ନିଖୋଜ

By

Published : Aug 11, 2022, 7:11 PM IST

Updated : Aug 11, 2022, 10:20 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ଯମୁନା ନଦୀରେ ଏକ ଡଙ୍ଗା ବୁଡି ଯିବା ଫଳରେ 3ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଯାତ୍ରୀ ନିଖୋଜ ଅଛନ୍ତି । ଡଙ୍ଗାରେ 35 ରୁ 40 ଜଣ ଲୋକ ଥିଲେ । 3 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇ ସାରିଥିବାବେଳେ, ଏଯାବତ 11 ଜଣଙ୍କୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି । ଏବେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ଡଙ୍ଗାଟି ପ୍ରାୟ 35 ରୁ 40ଜଣ ଯାତ୍ରୀଙ୍କୁ ଧରି ଫତେହପୁରରୁ ଅଭିମୁଖେ ଯାତ୍ରା କରୁଥିଲା । ତେବେ କୌଣସି କାରଣବଶତଃ ଡଙ୍ଗାଟି ମଝି ନଦୀରେ ଓଲଟି ପଡିବା ସହ ବୁଡି ଯାଇଥିଲା । ଏବେ ସୁଦ୍ଧା ୩ ଯାତ୍ରୀଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଛି । ଅନ୍ୟ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ, ଏନଡିଆରଏଫ, ଏସଡିଆରଏଫ ଟିମ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ଅପରେସନ ଜାରି ରଖିଛନ୍ତି । ସ୍ଥାନୀୟ ଜିଲ୍ଲାଧିକାରୀ ଓ ପୋଲିସ ଅଧିକ୍ଷକ ମଧ୍ୟ ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ରେସକ୍ୟୁ ଟିମକୁ ନେତୃତ୍ବ ଦେଉଥିବା ସୂଚନା ମିଳିଛି ।

ଡଙ୍ଗାରେ ନିର୍ଦ୍ଦିଷ୍ଟ ଭାବେ କେତେ ଯାତ୍ରୀ ଥିଲେ ଓ ଏବେ ସୁଦ୍ଧା କେତେ ନିଖୋଜ ଅଛନ୍ତି ତାହା ସ୍ପଷ୍ଟ ହୋଇ ପାରିନାହିଁ । ସେହିପରି କେଉଁ କାରଣ ପାଇଁ ଡଙ୍ଗାଟି ଦୁର୍ଘଟଣାର ଶିକାର ହେଲା ତାହା ମଧ୍ୟ ସ୍ପଷ୍ଟ ହୋଇନଥିବାବେଳେ, ଯାନ୍ତ୍ରିକ ତ୍ରୁଟି କିମ୍ବା ଅତ୍ୟଧିକ ଲୋଡ୍‌ ହେତୁ ଅଘଟଣ ଘଟି ଥାଇପାରେ ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି ।

Last Updated : Aug 11, 2022, 10:20 PM IST

ABOUT THE AUTHOR

...view details