ମେଙ୍ଗାଲୁର:ମେଙ୍ଗାଲୁରର ଶ୍ରୀ ଉଲକା MASZ ମାଛ ଫ୍ୟାକ୍ଟ୍ରିରୁ(Gas leak at Mangalore MASZ) ଗ୍ୟାସ ଲିକ ହୋଇ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଏହାସହ ଅନେକ ଶ୍ରମିକ ଅସୁସ୍ଥ ହୋଇଛନ୍ତି । ଜଣେ ଶ୍ରମିକର ଜୀବନ ବଞ୍ଚାଇବାକୁ ଯାଇ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣରେ ମୃତ୍ୟୁ ଘଟିଥିବା ୫ ଜଣ ଶ୍ରମିକ ପଶ୍ଚିମବଙ୍ଗର ବୋଲି ସୂଚନା ରହିଛି । ଏହାସହ ଆଉ ୩ ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।
Gas leak At Mangalore MASZ: ଜଣଙ୍କୁ ବଞ୍ଚାଇବାକୁ ଯାଇ 5 ଶ୍ରମିକ ମୃତ - MASZ ମାଛ ଫ୍ୟାକ୍ଟ୍ରି
ମେଙ୍ଗାଲୁରର MASZ ମାଛ ଫ୍ୟାକ୍ଟ୍ରିରୁ(Gas leak at Mangalore MASZ) ଗ୍ୟାସ ଲିକ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ସ୍ଥାନୀୟ ପୋଲିସର ସୂଚନାଅନୁସାରେ, ଗତକାଲି(ରବିବାର) ସନ୍ଧ୍ୟା ପ୍ରାୟ ୬ଟାରୁ ୭ଟା ମଧ୍ୟରେ ଜଣେ ଶ୍ରମିକ ମାଛ ଟାଙ୍କି ସଫାକରୁଥିବା ସମୟରେ ଅସୁସ୍ଥ ହୋଇ ପଡିଥିଲେ । ଜଣକୁ ଉଦ୍ଧାର କରିବାକୁ ଯାଇ ୭ଜଣ ଶ୍ରମିକ ମାନେ ମଧ୍ୟ ଅସୁସ୍ଥ ହୋଇ ପଡିଥିଲେ । ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଗତକାଲି ରାତିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ଅବଶିଷ୍ଟ ଶ୍ରମିକଙ୍କ ଚିକିତ୍ସା ସମୟରେ ଆଉ ଦୁଇଜଣଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ସମସ୍ତ ଶ୍ରମିକ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନଙ୍କ ବୟସ ୨୦ରୁ ୨୩ ବର୍ଷ ବୋଲି କୁହାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ