ହାଇଦ୍ରାବାଦ: ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଶ୍ରୀରାମପୁର ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ଶ୍ରମିକ ହୋଇଥିବା ନେଇ ସୂଚନା ମିଳିଛି । ଦିଲ୍ଲୀ ରୋଡ ପିଆରାପୁର ଅଞ୍ଚଳରେ ଥିବା ଏକ ଷ୍ଟିଲ କାରଖାନାରେ ଏହି ବିସ୍ଫୋରଣ ହୋଇଛି । ଦୁଇ ମୃତକ ହେଲେ 48 ବର୍ଷୀୟ ଗେରୁମ ଦୁଲେଇ, 20 ବର୍ଷୀୟ ପଙ୍କଜ ଦାସ । ଉଭୟ ଉକ୍ତ କାରଖାନାରେ ଶ୍ରମିକ ଭାବେ କାମ କୁରଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ସେମାନଙ୍କର ମୃତ୍ୟୁ ହୋଇଛି ।
ତେବେ କାରଖାନାରେ ପ୍ରାୟ 9 ଶହ ଶ୍ରମିକ ବିଭିନ୍ନ ଶ୍ରେଣୀରେ କାର୍ଯ୍ୟ କରୁଛନ୍ତି । ତେବେ ଆଜି ଗ୍ୟାସ କଟିଂ କାମ ଚାଲିଥିବା ବେଳେ କାମରେ ଲାଗିଥିବା ଗ୍ୟାସ ସିଲିଣ୍ଡରରେ କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା । ହୋଇଥିଲା ଏକାଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜଣେ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଶ୍ରମିକ ହସ୍ପିଟାଲ ନେବା ରାସ୍ତାରେ ଆଖି ବୁଜିଛନ୍ତି । ସେହିପରି ଅନ୍ୟ ଆହତଙ୍କୁ ମଧ୍ୟ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।