ଓଡିଶା

odisha

ବିଦରରେ ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା, ୭ମୃତ

By

Published : Nov 5, 2022, 10:48 AM IST

କର୍ଣ୍ଣାଟକର ବିଦର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା ଫଳରେ ୭ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ବିଦରରେ ଟ୍ରକ- ଅଟୋ ମୁହାଁମୁହିଁ ଧକ୍କା, ୭ମୃତ
ବିଦରରେ ଟ୍ରକ- ଅଟୋ ମୁହାଁମୁହିଁ ଧକ୍କା, ୭ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କର୍ଣ୍ଣାଟକର ବିଦର ଜିଲ୍ଲାରେ ଟ୍ରକ- ଅଟୋ ମୁହାଁମୁହିଁ ଧକ୍କା । ଅଟୋ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତ୍ୟୁ ହୋଇଥିବା ୭ଜଣ ଯାତ୍ରୀ ମହିଳା ହୋଇଥିବା ସୂଚନା ରହିଛି । ଏନେଇ ସୂଚନା ବିଦର ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Delhi Pollution: ତୃତୀୟ ଦିନରେ ପ୍ରଦୂଷଣ ମାତ୍ରା ଚିନ୍ତାଜନକ, ଆଜିଠୁ ଗଡିବନି ଡିଜେଲ କାର୍‌

ଆଜି ସକାଳେ ବିଦର ଜିଲ୍ଲାର ବେମାଲଖୋଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି । ଖବରପାଇ ବେହର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାରକରି ସ୍ଥାନୀୟ ବିଦର ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ମୃତ ୭ଜଣ ମହିଳା ବୁଦାମନହାଲି ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେମାନେ ସମସ୍ତେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । କାମସାରି ସକାଳେ ଗାଁକୁ ଫେରୁଥିବାବେଳେ ବେମାଲଖୋଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ବେଦର ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ABOUT THE AUTHOR

...view details