କୋଲକାତା: ଭୟଙ୍କର ସଡକ ଦୁର୍ଘଟଣା । ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ହଂସଖାଲିର ଫୁଲବାରି ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (Road accident) । ଅକାଳରେ ଲିଭିଯାଇଛି ୧୭ ଜଣଙ୍କ ଜୀବନ ଦୀପ । ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ପଥର ବୋଝେଇ ଟ୍ରକ ସହ ଏକ ମାଟାଡୋର ଧକ୍କା ହେବା ଫଳରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି ।
WB Road accident: ମୃତଦେହ ନେଇ ଯାଉଥିଲେ, ଫେରିଲା 17 ମୃତଦେହ
ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ହଂସଖାଲିର ଫୁଲବାରି ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (Road accident) । ଅକାଳରେ ଲିଭିଯାଇଛି ୧୭ ଜଣଙ୍କ ଜୀବନ ଦୀପ । ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ
ଟ୍ରକ ସହ କାର ଧକ୍କା 17 ମୃତ, ୫ ଆହତ
ସୂଚନାଅନୁସାର, ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ପାଖାପାଖି ୨୦ ଜଣ ଏକ ଗାଡିରେ ଯାଉଥିଲେ । କୁହୁଡି ପାଇଁ ରାସ୍ତା ସ୍ପଷ୍ଟ ଦେଖାଯାଉ ନଥିଲା । ଫଳରେ ଟ୍ରକ ସହିତ କାରଟି (matador collided with the truck) ମୁହାଁମୁହିଁ ଧକ୍କା ହୋଇଥିଲା । ସମସ୍ତ ଆହତଙ୍କୁ ଶକ୍ତିନଗର ହସ୍ପଟାଲରେ ଭର୍ତ୍ତି କରାଯାଇଛି । ପୋଲିସର ସୂଚନା ଅନୁସାରେ କୁହୁଡି ଓ ଦ୍ରୁତ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା କହିଛି ଜଣାପଡିଛି । ହଂସଖାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ