ଓଡିଶା

odisha

By

Published : Jun 14, 2022, 9:58 AM IST

Updated : Jun 14, 2022, 10:57 AM IST

ETV Bharat / bharat

Landslide at Guwahati: ଭାଙ୍ଗିଲା ଘର, 4ମୃତ

ମାସକ ତଳେ ଆସାମରେ ବନ୍ୟା ସ୍ଥିତି ଜନଜୀବନ ଅସ୍ତବ୍ୟସ୍ତ କରିଥିଲା । ଏବେ ପୁଣି ସମାନ ସ୍ଥିତି ଦେଖା ଦେଇଛି । ଆସାମ ଗୌହାଟୀର ଅନେକ ସ୍ଥାନରେ ଭୟଙ୍କର ଭୂସ୍ଖଳନ ହୋଇଛି । ଅଧିକ ପଢନ୍ତୁ

ଭୂସ୍ଖଳନ ପାଇଁ ଭାଙ୍ଗିଲା ଘର
ଭୂସ୍ଖଳନ ପାଇଁ ଭାଙ୍ଗିଲା ଘର

ଗୌହାଟୀ: ଲଗାଣ ବର୍ଷା ଆଣିଲା ବିପତ୍ତି । ମାସକ ତଳେ ଆସାମରେ ବନ୍ୟା ସ୍ଥିତି ଜନଜୀବନ ଅସ୍ତବ୍ୟସ୍ତ କରିଥିଲା । ଏବେ ପୁଣି ସମାନ ସ୍ଥିତି ଦେଖା ଦେଇଛି । ଆସାମ ଗୌହାଟୀର ଅନେକ ସ୍ଥାନରେ ଭୟଙ୍କର ଭୂସ୍ଖଳନ ହୋଇଛି । ଦକ୍ଷିଣ ବୋରା ଗାଓଁ ନିଜାରପାରରେ ଭୂସ୍ଖଳନ କାରଣରୁ ଏକ ଘର ମାଟିରେ ମିଶିଛି । ଏଥିରେ 4ଜଣଙ୍କ ଜୀବନ ଯାଇଛି ।

Landslide at Guwahati

ଆହୁର 4ଜଣ ଫସିଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିଛି ଦିନ ହେବ ଆସାମରେ ପ୍ରବଳ ବର୍ଷା ଲାଗି ରହିଛି । ଚାରିଆଡ ଜଳମୟ ହୋଇଛି । ଆସାମର ବାମୁନି ମଇଦାନ ଓ ନାଭଗ୍ରହରେ ମଧ୍ୟ ଭୂସ୍ଖଳନ ହୋଇଛି । ମଇ ମାସରେ ହୋଇଥିବା ବନ୍ୟା ପରିସ୍ଥିତି ପାଇଁ 27 ଜିଲ୍ଲାର 6 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଭୂସ୍ଖଳନ ପାଇଁ 9ଜଣଙ୍କର ମୃତ୍ୟୁ ହୋଇଥିଲା ।

Last Updated : Jun 14, 2022, 10:57 AM IST

ABOUT THE AUTHOR

...view details