ମୁମ୍ବାଇ:ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା(Road accident in Maharastra) । ଟ୍ରକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା(truck and tempo collided) ହେବା ଫଳରେ ୫ଜଣଙ୍କ ମୃତ୍ୟୁ(5 killed in road accident)ହୋଇଛି । ଶନିବାର ଏହି ଦୁର୍ଘଟଣା ହୋଇଥିବା ନେଇ ସୂଚନା ରହିଛି ।
ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲାର ହିମାୟତନଗର ତାଲୁକର କରଞ୍ଜୀ ଫାଟା ନିକଟରେ(Karanji Phata in Himayatnagar taluk of Maharashtra's Nanded district) ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କ ମୃତ୍ୟୁ(5 killed in road accident) ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତକମାନେ ବିହାରର ଶ୍ରମିକ(migrant laborers from Bihar) ହୋଇଥିବା ବେଳେ ସେମାନେ ରେଳବିଭାଗର କାର୍ଯ୍ୟରେ ନିୟୋଜିତ ଥିବା ସୂଚନା ରହିଛି ।
ଏହି ଶ୍ରମିକମାନେ ଅଟୋରେ ଘରକୁ ଫେରୁଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ ଅଟୋ ସହ ମୁହାମୁହିଁ ଧକ୍କା ହୋଇଥିଲା (truck and tempo collided)। ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନନ୍ଦେଡକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ସୂଚନାକୁ ଅପୋକ୍ଷା କରାଯାଇଛି ।