ଥିରୁଅନନ୍ତପୁରମ: କୋଚି ସ୍ଥିତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଶ୍ବବିଦ୍ୟାଳୟ (CUSAT)ରେ ଏକ କାର୍ଯ୍ୟକ୍ରମ ବେଳେ ଦଳଚକଟାରେ 4 ଛାତ୍ରଙ୍କ ମୃତ୍ୟୁ ଘଟିଛି । ଅନେକ ଛାତ୍ର ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି । କ୍ୟାମ୍ପସରେ ଚାଲିଥିବା ଟେକ-ଫେଷ୍ଟ କାର୍ଯ୍ୟକ୍ରମର ଶେଷ ଦିବସରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି । ମୃତ 4 ଛାତ୍ରଙ୍କ ପରିଚୟ କିମ୍ବା ଆହତଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ହୋଇନି । ପ୍ରାୟ 50 ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରାଥମିକ ଭାବେ ଜଣାପଡିଛି ।
ସୂଚନା ଅନୁସାରେ, ଗତକାଲିଠାରୁ କ୍ୟାମ୍ପସରେ ଆୟୋଜିତ ଦୁଇଦିନିଆ ଟେକ-ଫେଷ୍ଟ କାର୍ଯ୍ୟକ୍ରମର ଆଜି ଅନ୍ତିମ ଦିବସ ଥିଲା । ଏଥରେ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା । ବଲିଉଡ କଣ୍ଠଶିଳ୍ପୀ ଧ୍ବନୀ ଭାନୁଶାଲି ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ଥିଲା । ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବହୁମାତ୍ରାରେ ଛାତ୍ରଛାତ୍ରୀ ପହଞ୍ଚିଥିଲେ । ଏହି ସମୟରେ ହଠାତ ବର୍ଷା ହେବା କାରଣରୁ ବାହାରେ ଥିବା ଛାତ୍ରଛାତ୍ରୀ ଅଡିଟୋରିୟମରେ ପ୍ରବେଶ କରିଥିଲେ । ଫଳରେ ଦଳଚକଟା ସ୍ଥିତି ସୃଷ୍ଟି ହୋଇଥିଲା । କିଛି ଛାତ୍ର ଚେତା ହରାଇ ମୂର୍ଚ୍ଛା ହୋଇଯାଇଥିଲେ ।
ଏହା ମଧ୍ୟ ପଢନ୍ତୁ :- ବଢିଲା ମହୁଆଙ୍କ ଅଡୁଆ: କ୍ୟାସ ଫର କ୍ବାରୀ ମାମଲାରେ CBI ତଦନ୍ତ ଆରମ୍ଭ