ଡେରାଡୁନ: ଉତ୍ତରାଖଣ୍ଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 6 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାଟି ଉତ୍ତରକାଶୀ ନିକଟ ଗଙ୍ଗୋତ୍ରୀ ରାଜମାର୍ଗରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଗାଡି ଘାଟିରୁ ତଳକୁ ଖସି ପଡିବାରୁ ଯାତ୍ରା କରୁଥିବା ସମସ୍ତ 6 ପର୍ଯ୍ୟଟକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ସମସ୍ତ ମୃତ ପର୍ଯ୍ୟଟକ ପଶ୍ଚିମବଙ୍ଗର ବୋଲି ପ୍ରାଥମିକ ଭାବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଗାଡିଟି ଘାଟିରୁ ତଳକୁ ଖସି ପଡିଥିବା ବେଳେ ସେଥିରେ ନିଆଁ ଲାଗି ଯାଇଥିଲା । ଗାଡି ଭିତରେ ଥିବା ସମସ୍ତ ପର୍ଯ୍ୟଟକ ଜଳିଯାଇଥିଲେ । ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।