ମୁମ୍ବାଇ:ରାକ୍ଷୀ ପୂର୍ଣ୍ଣିମାରେ ବଡ ଅଘଟଣ । ହୁତୁ ହୁତୁ ହୋଇ ଜଳିଗଲା ଦୋକାନ । ଅଗ୍ନିକାଣ୍ଡରେ ଚାଲିଗଲା 4 ଜୀବନ । ମହାରାଷ୍ଟ୍ର ପୁଣେର ପୁର୍ଣ୍ଣାନଗର ପିମପ୍ରିଚିନଚାୱାଡରେ ଏକ ଭୟାନକ ଅଗ୍ନିକାଣ୍ଡ ଘଟିଛି । ଏକ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି 4ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ତେବେ ସର୍ଟସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ମହାରାଷ୍ଟ୍ର ପୁଣେ ଜିଲ୍ଲା ପୁର୍ଣ୍ଣାନଗର ଅଞ୍ଚଳ ପିମପ୍ରିଚିନଚାୱାଡରେ ଏକ ଇଲେକ୍ଟ୍ରି ହାଡୱାର ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଦୋକାନର ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିଛି । ଆଜି ସକାଳ ସମୟ 5ଟାରେ ଏହି ଅଘଟଣ ଘଟିଛି । ଆଖି ପିଛୁଳାକେ ହୁହୁ ହୋଇ ଜଳିବାକୁ ଲାଗିଥିଲା ଦୋକାନ । ଅଗ୍ନିକାଣ୍ଡରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଘଟିବା ଦେଖି ସ୍ଥାନୀୟ ଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା କାର୍ଯ୍ୟ ଆରମ୍ଭ କରିଥିଲେ ।
ମୃତ 4ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠା ଯାଇଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାର ପ୍ରକୃତ କାରଣ ଜଣାପଡିନାହିଁ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଥିଲା । ଅନ୍ୟପଟେ ଇଲେକ୍ଟ୍ରି ହାଡୱାର ଦୋକନ ହୋଇଥିବାରୁ ନିଆଁଟି ଜଲଦୀ ବ୍ୟାପି ଯାଇଥିଲା ।