ଓଡିଶା

odisha

By

Published : Feb 21, 2022, 5:33 PM IST

ETV Bharat / bharat

ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ଅଭାବନୀୟ ଘଟଣା, ବିଷାକ୍ତ ମଦ ନେଲା ୭ ଜୀବନ

ଉତ୍ତର ପ୍ରଦେଶ ଆଜମଗଡରେ ମଦମୃତ୍ୟୁ । ବିଷାକ୍ତ ମଦ ପିଇ ୭ ମୃତ, ୧୨ ଗୁରୁତର ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ଅଭବନୀୟ ଘଟଣା, ବିଷାକ୍ତ ମଦ ପିଇ ୭ମୃତ
ଉତ୍ତର ପ୍ରଦେଶରେ ଅଭବନୀୟ ଘଟଣା, ବିଷାକ୍ତ ମଦ ପିଇ ୭ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଆଜମଗଡ ଜିଲ୍ଲାରେ ଅଭାବନୀୟ ଘଟଣା । ବିଷାକ୍ତ ମଦ ପିଇ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥଙ୍କ ମଧ୍ୟରେ କିଛି ଗୁରୁତର ଥିବାବେଳେ ସମସ୍ତେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ମୃତ ଓ ଆହତମାନେ ଗୋଟିଏ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ଅହରୌଲା ଥାନା ଅଧୀନରେ ଆସୁଥିବା ମାହୁଲା ଗ୍ରାମରେ ଏହି ଅଘଟଣ ଘଟିଛି । ସ୍ଥାନୀୟ ଏକ ମଦ ଦୋକାନରୁ କିଛି ଗ୍ରାମବାସୀ ଏକାଠି ମଦ କିଣି ପିଇବା ପରେ ହଠାତ ଗୁରୁତର ହୋଇପଡିଥିଲେ । ପରେ ସେମାନଙ୍କ ମଧ୍ୟରୁ ୭ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ପ୍ରାୟ ୧୨ ଜଣଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଉକ୍ତ ମଦ ବିଷାକ୍ତ ଥିବା ନେଇ ଜଣାପଡିବା ପରେ ଉତ୍ତେଜନା ପ୍ରକାଶ ପାଇଛି ।

ତେବେ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ରାଜ୍ୟରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ଅବୈଧ ମଦ କାରବାର ରୋକିବା ପାଇଁ ଏକାଧିକ ପଦକ୍ଷେପ ନିଆଯାଉଛି । ଏପରି ସମୟରେ ମଦମୃତ୍ୟୁ ସ୍ଥାନୀୟ ପ୍ରଶାସନର ଭୁମିକା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାର ତଦନ୍ତ ହେବା ନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details