ଓଡିଶା

odisha

ETV Bharat / bharat

Rajasthan: ଖାଟୁ ଶ୍ୟାମ ମନ୍ଦିରରୁ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା 6 ଜୀବନ - ଖାଟୁ ଶ୍ୟାମ ମନ୍ଦିର

ରାଜସ୍ଥାନ ଭରତପୁରର ରୁପବାସ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ପରିବାରର ୬ ମୃତ । ଖାଟୁ ଶ୍ୟାମ ମନ୍ଦିରରୁ ଦର୍ଶନ କରି ଫେରୁଥିବା ବେଳେ ଘଟିଛି ଅଘଟଣ । ଅଧିକ ପଢନ୍ତୁ

several died in road accident
several died in road accident

By ETV Bharat Odisha Team

Published : Sep 11, 2023, 12:04 PM IST

ଜୟପୁର:ସଡକ ଦୁର୍ଘଟଣାରେ ଛାରଖାର ହୋଇଗଲା ପରିବାର । ଖୁସିରେ ପରିବାର ଏକାଠି ଭଗବାନଙ୍କ ଦର୍ଶନ କରି ଘରକୁ ଫେରୁଥିଲେ । ହେଲେ କିଏ ଜାଣିଥିଲା ଘର ବାହୁଡା ଅଧା ରହିଯିବ । ରାଜସ୍ଥାନ ଭରତପୁରର ରୁପବାସ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ଖାଟୁ ଶ୍ୟାମ ମନ୍ଦିରରୁ ଦର୍ଶନ କରି ଫେରୁଥିବା ବେଳେ ଘଟିଛି ଅଘଟଣ । ରୁପବାସ ନିକଟରେ ଏକ ବସ ସହ ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ଥିବା ୬ ଜଣ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି(ରବିବାର) ବିଳମ୍ବିତ ରାତିରେ ରାଜସ୍ଥାନର ଖଟୁ ଶ୍ୟାମ ମନ୍ଦିରରୁ ଦର୍ଶନ କରି ଗୋଟିଏ ପରିବାରର କାର ଯୋଗେ ଫେରୁଥିଲେ । ସେହି ସମୟରେ ରୁପସା ନିକଟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ମଧ୍ୟ ରହିଛନ୍ତି । ତେବେ ମୃତକ ମାନେ ହେଲେ ଧୋଲପୁର ଜିଲ୍ଲାର ଖଡକପୁର ହରେନ୍ଦ୍ର ଏବଂ ତାଙ୍କ ପତ୍ନୀ ମମତା ଏବଂ ଝିଅ ଜାନଭୀ, ସନ୍ତୋଷ ଏବଂ ତାଙ୍କ ପତ୍ନୀ ସୁଧା ଏବଂ ତାଙ୍କ ପୁଅ ଅନୁଜ ବୋଲି ଜଣାପଡିଛି ।

ତେବେ କାର୍‌ରେ ମୋଟ ୮ ଜଣ ଯାତ୍ରା କରୁଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ତେବେ ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ଅନ୍ୟ ଦୁଇ ଆହତ ଶିଶୁ ଭରତପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାରେ ବସ ଡ୍ରାଇଭର ଫେରାର ଥିବା ଜଣାପଡିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଆରବିଏମ୍ ଜିଲ୍ଲା ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଅଧାରେ ରହିଲା ଘର ବାହୁଡା: ତୀର୍ଥ କରିବାକୁ ଯାଇଥିଲେ, ଦୁର୍ଘଟଣାରେ ଚାଲିଗଲା 7 ମହିଳାଙ୍କ ଜୀବନ

ପ୍ରକାଶ ଥାଉକି, ସେହିପରି ଆସାମ ଦିବ୍ରୁଗଡ ଜିଲ୍ଲାରେ ଟ୍ରକ ସହ ଇନୋଭା କାର୍ ଧକ୍କ। ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଗତକାଲି ରାତିରେ AS-01 JC-3076 ନମ୍ବର ବିଶିଷ୍ଟ ଏକ ଇନୋଭ କାର୍ ଲେପେଟକାଟା ଆଡକୁ ଯାଉଥିଲା । ଏତିକି ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ 2 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ଓ ଆଉ କିଛି ଗୁରୁତର ଆହତ ହୋଇଥିଲେ । ଲୋକମାନଙ୍କ ସହାୟତାରେ ପୋଲିସ ଆହତମାନଙ୍କୁ ହସ୍ପିଟାଲ ପଠାଇବା ସହିତ ମୃତଦେହ ଗୁଡିକୁ ଉଦ୍ଧାର କରିଥିଲା । ତେବେ ଏ ଯାଏଁ ପୋଲିସ ମୃତକମାନଙ୍କୁ ଚିହ୍ନଟ କରିପାରିନି ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ABOUT THE AUTHOR

...view details