ଓଡିଶା

odisha

ନୈନିତାଲରେ ୫୦୦ ମିଟର ଖାଇକୁ ଖସିଲା ଜିପ୍‌: ୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

By ETV Bharat Odisha Team

Published : Nov 17, 2023, 5:19 PM IST

Updated : Nov 17, 2023, 10:28 PM IST

Jeep fell into ditch in Nainital: ଉତ୍ତରାଖଣ୍ଡ ନୈନିତାଲରେ ୫୦୦ ମିଟର ଖାଇକୁ ଖସିଲା ଜିପ୍‌ । ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଅଧିକ ପଢନ୍ତୁ

Jeep fell into ditch in Nainital
Jeep fell into ditch in Nainital

ଡେରାଡୁନ:ଗୋଟିଏ ପଟେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଭିତରେ ଦୀର୍ଘ ୬ ଦିନ ଧରି ଫସି ରହିଥିବା ବେଳେ ଏପଟେ ନୈନିତାଲରେ ଘଟିଛି ଦୁର୍ଘଟଣା । ନୈନିତାଲ ଜିଲ୍ଲାର ଛିଡାଖାନ-ରିଠା ସାହିବ ରାସ୍ତାରେ ଖାଇକୁ ଜିପ୍‌ ଖସିବା ଯୋଗୁଁ ଘଟିଥିଲା ଦୁର୍ଘଟଣା । ଏହି ଅଘଟଣରେ ଆହତ ଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆଉ ଜଣଙ୍କ ମୃତ୍ୟୁ ପରେ ଏବେ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଯାତ୍ରୀଙ୍କର ଅକାଳ ବିୟୋଗ ପରେ ଏକ୍ସ ସାଇଟ୍‌ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ଶାନ୍ତ୍ବନା ଜଣାଇଛନ୍ତି ।

ଆଜି (ଶୁକ୍ରବାର) ସକାଳ ୮ଟା ସମୟରେ ଜିପ୍‌ଟି ଯାତ୍ରୀଙ୍କୁ ନେଇ ହଲଦ୍ବାନୀ ଅଭିମୁଖେ ଯାତ୍ରା କରୁଥିଲା । ଛିଡ଼ାଖାନ-ରିଠା ସାହିବ ରାସ୍ତା ନିକଟରେ ସନ୍ତୁଳନ ହରାଇଥିଲା ଡ୍ରାଇଭର । ଫଳରେ ଜିପ୍‌ଟି ୫୦୦ ମିଟର ଖାଇକୁ ଖସି ପଡ଼ିଥିଲା । ଖାଇକୁ ଜିପ୍‌ ଖସିବା ପରେ ସେଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଚିତ୍କାର କରିଥିଲେ । ଏହାପରେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ଥାନୀୟ ଲୋକେ । ଏହାପରେ ସ୍ଥାନୀୟ ବାସୀ ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଏହାପରେ ଉକ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିରେ ଲାଗି ପଡ଼ିଥିଲେ ସ୍ଥାନୀୟ ଲୋକେ ।

ନୈନିତାଲ ସଡକ ଦୁର୍ଘଟଣା

ଏହା ବି ପଢନ୍ତୁ- ସମ୍ପର୍କୀୟଙ୍କ ସହ କଥା ହେଲେ ଟନେଲରେ ଫସିଥିବା ଶ୍ରମିକ, କହିଲେ ମୁଁ ଭଲ ଅଛି

ଦୁଃଖର ବିଷୟ ଏହି ଦୁର୍ଘଟଣା ଯୋଗୁଁ ଅକାଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ଅଛନ୍ତି । ସେପଟେ ଦୁର୍ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ନୈନିତାଲ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ତଥା ଏସପି ପ୍ରହ୍ଲାଦ ମୀଣା କହିଛନ୍ତି, " ହଲଦ୍ବାନୀ ଅଭିମୁଖେ ଯାତ୍ରା କରୁଥିବା ପିକଅପ ଭ୍ୟାନଟି ସନ୍ତୁଳନ ହରାଇ ଖାଇକୁ ଖସି ପଡ଼ିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ଉଦ୍ଧାରକାରୀ ଟିମକୁ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା । ଉଦ୍ଧାର କାର୍ଯ୍ୟ ଲାଗି ପୋଲିସ ସହିତ ଏସଡିଆରଏଫ ଟିମ ମଧ୍ୟ ପହଞ୍ଚିଥିଲା । ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି ।"

ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଜିପ୍‌

ଏହା ବି ପଢନ୍ତୁ- ତୀର୍ଥଯାତ୍ରା ହେଲା ଶେଷଯାତ୍ରା: ଖାଇକୁ ଖସିଲା ପର୍ଯ୍ୟଟକ ବସ, 26 ମୃତ

ପୂର୍ବରୁ ମୃତ୍ୟୁ ଘଟିଥିବା ୮ ଜଣଙ୍କ ପରିଚୟ ମିଳିଥିଲା । ସେମାନେ ହେଉଛନ୍ତି ଡାଲକନ୍ୟା ଗାଁର ୩୮ ବର୍ଷୀୟ ମହିଳା ଧନୀ ଦେବୀ ଓ ୩୫ ବର୍ଷୀୟ ତୁଳସୀ ପ୍ରସାଦ । ସେହି ଗ୍ରାମର ୨୬ ବର୍ଷୀୟ ଯୁବତୀ ରମା ଦେବୀ, ୫ ବର୍ଷୀୟ ଶିଶୁ ତରୁଣ ପନେରୁ, ୨୬ ବର୍ଷୀୟ ନରେଶ ପନେରୁ, ୫୧ ବର୍ଷୀୟ ଦେବୀଦତ୍ତ । ଅନ୍ୟମାନଙ୍କ ମଧ୍ୟରେ ଅଘୋଡ଼ା ଗାଁର ୨୫ ବର୍ଷୀୟ ଶିବରାଜ ସିଂ ଓ ୨୦ ବର୍ଷୀୟ ନରେଶ ସିଂହ ରହିଥିଲେ । ଏହି ଅଘଟଣ ପରେ ଏକ୍ସ ସାଇଟରେ ଦୁଃଖ ପ୍ରକାଶ କରିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

ନୈନିତାଲରେ ୫୦୦ ମିଟର ଖାଇକୁ ଖସିଲା ଜିପ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 17, 2023, 10:28 PM IST

ABOUT THE AUTHOR

...view details