ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ଟ୍ରାକ୍ଟରକୁ ଦୃତଗତିରେ ଆସି ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହେବା ସହ ୪୦ ଜଣ ଆହତ ହୋଇଛନ୍ତି । ଲାମ୍ବୋଟି ନିକଟ ସୋଲାପୁର-ପୁଣେ ରାଜପଥରେ ଗତକାଲି ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ସୋଲାପୁରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଓ ଆହତମାନେ ତୁଲଜାପୁର ତାଲୁକାରେ କଦାମବାଡିର ବାସିନ୍ଦା ବୋଲି ସୂଚନା ମିଳିଛି |
Accident in Solapur: ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ, ୭ ମୃତ ୪୦ ଆହତ
ମହାରାଷ୍ଟ୍ର ସୋଲାପୁର-ପୁଣେ ରାଜପଥରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ
Accident in Solapur : ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ, ୭ମୃତ, ୪୦ ଆହତ
ସଚନାଅନୁୟାୟୀ ଟ୍ରାକ୍ଟର ଯୋଗେ ସମସ୍ତ ମୃତାହତ ମୋହୋଲ ଦେଇ ସୋଲାପୁରରୁ ପନ୍ଦରପୁରର ଡିଣ୍ଡି ଅଭିମୁଖେ ଯାଉଥିଲା । ଏହି ସମୟରେ କୋଣ୍ଡି ଏବଂ କେଗାଓଁ ମଧ୍ୟରେ ପଛରୁ ଆସୁଥିବା ଏକ ଟ୍ରକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଏନେଇ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ