ଓଡିଶା

odisha

ETV Bharat / bharat

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ, ଗୋଟିଏ ପରିବାରର 6 ମୃତ

ତାମିଲନାଡୁ ସଲେମ ଜିଲ୍ଲା କୌଣ୍ଡାନୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ଭ୍ୟାନ । ଦୁର୍ଘଟଣାରେ ଗୋଟିଏ ପରିବାରର 6 ମୃତ । ଆଗକୁ ପଢନ୍ତୁ..

By ETV Bharat Odisha Team

Published : Sep 6, 2023, 1:25 PM IST

van collided with a truck near Salem
van collided with a truck near Salem

ଚେନ୍ନାଇ: ତାମିଲନାଡୁ ସଲେମ ଜିଲ୍ଲା କୌଣ୍ଡାନୁର ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାଜରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଲା ଭ୍ୟାନ । ଏହି ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର । ଆଜି ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର(ସେପ୍ଟେମ୍ବର 5) ରାତିରେ ପଲାନିସ୍ୱାମୀ ଓ ତାଙ୍କ ପୁରା ପରିବାର ଭ୍ୟାନରେ ନିଜ ଝିଅ ଘର ସଲେମ ଯାଇଥିବା ବେଳେ ଭୋର ସମୟରେ ସମସ୍ତେ ପେରୁନଦୁରାଇ ସ୍ଥିତ ନିଜ ଝିଅର ନାତୁଣୀ ଘରକୁ ଫେରୁଥିବା ବେଳେ ବାଟରେ ଏହି ଅଘଟଣ ଘଟିଥିଲା । ବୁଧବାର(6 ସେପ୍ଟେମ୍ବର) ଭୋର ସମୟରେ ସଲେମ ଜିଲ୍ଲା କୌଣ୍ଡାନୁର ଅଞ୍ଚଳ ଅନ୍ତର୍ଗତ ସାଙ୍ଗକିରି ନିକଟ କୌମ୍ବାଟୋରେ ଜାତୀୟ ରାଜପଥ କଡରେ ଛିଡାହୋଇଥିବା ଏକ ଟ୍ରକକୁ ପେରୁନଥୁରାଇ ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ଭ୍ୟାନ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଭ୍ୟାନରେ ଥିବା 6 ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ।

ଏହି ଦୁର୍ଘଟଣା ସମୟରେ ଭ୍ୟାନରେ 8 ଜଣ ରହିଥିବା ବେଳେ ସମସ୍ତ ଇରୋଡ ଜିଲ୍ଲା ଇଙ୍ଗୁର ଅଞ୍ଚଳର ହୋଇଥିବା ସୂଚନା ରହିଛି । ପଲାନିସ୍ୱାମୀ, ତାଙ୍କ ସ୍ତ୍ରୀ ପପାପାଥି, ପପାପାଥିଙ୍କ ପୁତୁରା ଅରୁମୁଗମ, ଅରୁମୁଗମଙ୍କ ସ୍ତ୍ରୀ ମଞ୍ଜୁଲା, ସମ୍ପର୍କୀୟ ସେଲଭରାଜ ଓ ଜଣେ ଶିଶୁ ସଞ୍ଜନାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ପ୍ରିୟା ରାଜଦୁରାଇ ଓ ଭିଗ୍ନେଶଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ଏହାମଧ୍ୟ ପଢନ୍ତୁ.. ବିଜେପି ନେତାଙ୍କ ଜଘନ୍ୟ କାଣ୍ଡ: ନାବାଳିକାକୁ ଦୁଷ୍କର୍ମ କଲେ, ବିରୋଧ କରିବାରୁ ବାପାର ଜୀବନ ନେଲେ

ଦୁର୍ଘଟଣାର ଖବର ପାଇବା ପରେ ସାଙ୍ଗକିରି ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲେ । ସେଠାରେ ମୃତ ଦେହ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ସାଙ୍ଗକିରି ସରକାରୀ ହସ୍ପିଟାଲକୁ ପଠାଇବା ସହ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।ଘଟଣାସ୍ଥଳରେ 6 ଜଣଙ୍କ ମତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସଲେମ ସରକାରୀ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ କେଉଁ ପରିସ୍ଥିତିରେ ଭ୍ୟାନଟି ଟ୍ରକଟିକୁ ଧକ୍କା ଦେଲା ତାହାର ତଦନ୍ତ ଜାରି ରଖିଛି ପୋଲିସ ।

ଅନ୍ୟପଟେ, ରାସ୍ତା କଡରେ ଥିବା ଏକ ସିସିଟିଭି କ୍ୟାମେରାର ଦୁର୍ଘଟଣାର ଦୃଶ୍ୟ କଏଦ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details