ଓଡିଶା

odisha

ETV Bharat / bharat

Barabanki building collapse: ଭୁଶୁଡିଲା ତିନି ମହଲା କୋଠା, 2 ମୃତ - ତିନି ମହଲା ବିଲ୍ଡିଂ ଭୁଶୁଡିବାରୁ 2ଜଣଙ୍କର ମୃତ୍ୟୁ

ଉତ୍ତରପ୍ରଦେଶରେ ତିନି ମହଲା ବିଲ୍ଡିଂ ଭୁଶୁଡିବାରୁ 2ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Uttar Pradesh building collapse
Uttar Pradesh building collapse

By ETV Bharat Odisha Team

Published : Sep 4, 2023, 9:49 AM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ଅଘଟଣ । ତିନି ମହଲା ବିଲ୍ଡିଂ ଭୁଶୁଡିବାରୁ 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଆଜି ଭୋର ସମୟରେ ଫତେହପୁରର ସତୀ ବଜାରରେ ଏପରି ଘଟଣା ଘଟିଥିବା ଜଣାପଡିିଛି । ଅନେକ ଲୋକ ଭଙ୍ଗା ବିଲ୍ଡିଂ ତଳେ ଚାପି ହୋଇ ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା 12 ଜଣଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଉଦ୍ଧାରକାର୍ଯ୍ୟରେ ଅଗ୍ନିଶମ ବିଭାଗର କର୍ମଚାରୀ ନିୟୋଜିତ ଅଛନ୍ତି । 2 ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

ବାରବାଙ୍କି ପୋଲିସ୍ ଅଧୀକ୍ଷକ ଦୀନେଶ କୁମାର ସିଂଙ୍କ କହିବା ଅନୁଯାୟୀ, ଫତେହପୁରର ସତୀ ବଜାର ବାରବାଙ୍କିରେ ବିଲ୍ଡିଂ ଭୁଶୁଡିବ ଖବର ମିଳିବା ପରେ ଘଟଣାସ୍ଥଳରେ ଏସଡିଆରଏଫ ଏବଂ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଭୋର 3 ଟା ସମୟରେ ଏହି ଘଟଣା ଘଟିଥିଲା । ଭୋର ସମୟରେ ଉଦ୍ଧାର କାର୍ଯ୍ୟ କରିବା କଷ୍ଟକର ହୋଇପଡିଥିଲା । ବର୍ତ୍ତମାନ ସୁଦ୍ଧା 12 ଜଣଙ୍କୁ ଉଦ୍ଧାର କରାଯାଇଛି । ଆହୁରି କିଛି ଲୋକ ଭଙ୍ଗା ବିଲ୍ଡିଂ ତଳେ ଚାପି ହୋଇ ରହିଛନ୍ତି । 2 ଜଣଙ୍କର ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଭୁଶୁଡିଲା ଦୁଇ ମହଲା ବିଲ୍ଡିଂର ସ୍ଲାବ, ଶିଶୁ ସମେତ 2 ମୃତ

ଶନିବାର ରାତିରେ ମହାରାଷ୍ଟ୍ର ଭିୱଣ୍ଡିରେ ଏକ ଦୁଇ ମହଲା ବିଲ୍ଡିଂର ସ୍ଲାବ ଭୁଶୁଡିବାରୁ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4ଜଣ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଗୁରିପଡା ସାହିଲ ହୋଟେଲ ଅଞ୍ଚଳରେ ଥିବା ଅବଦୁଲ ବରୀ ଜନବ ନାମତ ଦୁଇ ମହଲା ବିଲ୍ଡିଂ ସ୍ଲାବ ହଠାତ ଭୁଶୁଡି ପଡି ପଡିବାରୁ ଆଠ ମାସରେ ଶିଶୁ ଓ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Godown Collapses in Bhiwandi: ଭିୱଣ୍ଡିରେ ଭୁଶୁଡିଲା ଗୋଦାମ, ୪ ମୃତ ଫସି ରହିଛନ୍ତି ଅନେକ

ଅବଦୁଲ ବରୀ ଜନବ କୋଠାଟି ପ୍ରାୟ 40 ବର୍ଷ ପୁରୁଣା । ବିପଦଜନକ ଅବସ୍ଥାରେ କୋଠାଟି ରହିଥିବା ବେଳେ କୋଠାର ତଳ ମହଲାରେ ଏକ କପଡା ତିଆରି କାରଖାନା ରହିଥିଲା ଏବଂ ଉପର ମହଲାରେ ଏକ ପରିବାର ରହୁଥିଲେ । ବିଲ୍ଡିଂର ପଛ ପାର୍ଶ୍ୱରେ ଥିବା ସ୍ଲାବ୍ ହଠାତ୍ ଖସିପଡିଥିଲା । ଫଳରେ ଗୋଟିଏ ପରିବାର ଭଙ୍ଗା କାନ୍ଥତଳେ ଚାପି ହୋଇଯାଇଥିଲେ । ଏନେଇ ଖବର ପାଇ ପୋଲିସ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ABOUT THE AUTHOR

...view details