ଜୟପୁର/ରାଜସ୍ଥାନ:ଭୟଙ୍କର ସଡ଼କ ଦୁର୍ଘଟଣା । ପୋଲ ଉପରୁ ଖସିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ରେଳୱେ ଟ୍ରାକକୁ ବସଟି ଖସିବା ଫଳରେ 4 ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନ ଦୌସାରେ ଘଟିଛି ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା । ବସ୍ଟି ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରେଲୱେ ଟ୍ରାକ୍କୁ ଖସି ପଡ଼ିଥିଲା । ରିପୋର୍ଟ ଲେଖାଯିବା ସୁଦ୍ଧା 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 28 ଜଣ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୌସା କଲେକ୍ଟରେଟ୍ ସର୍କଲ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ପୋଲ ଉପରୁ ଭାରସ୍ୟାମ୍ୟ ହରାଇ ରେଲୱେ ଟ୍ରାକ୍କୁ ବସ୍ଟି ଖସି ପଡ଼ିଛି । ବସରେ ପ୍ରାୟ 30 ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାର ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେତେ ଖୁସିରେ ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଥିଲେ ହେଲେ ଦୁର୍ଘଟଣା ସବୁ କିଛି ଛାରଖାର କରିଦେଲା ।
ଏହା ବି ପଢନ୍ତୁ...ଓଭରଟେକ୍ କଲାବେଳେ କାରକୁ ଚାପିଦେଲା ଟ୍ରକ; ଚାଲିଗଲା ୬ ଜୀବନ