ଓଡିଶା

odisha

ବିହାରରେ ବଜ୍ରପାତ ତାଣ୍ଡବରେ 17 ମୃତ, ମୃୃତକଙ୍କ ପରିବାରକୁ 4 ଲକ୍ଷର ସହାୟତା ଘୋଷଣା

By

Published : Jun 20, 2022, 11:20 AM IST

ବିହାରରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ 17 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ସଦସ୍ୟଙ୍କୁ ବିହାର ସରକାରଙ୍କ ପକ୍ଷରୁ 4 ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ରାଶି ଘୋଷଣା କରାଯାଇଛି । ଅଧିକ ପଢ଼ନ୍ତୁ

several dead in lighting strikes in bihar
ବିହାରରେ ବଜ୍ରପାତ ତାଣ୍ଡବରେ 17 ମୃତ, ମୃୃତ ପରିବାରକୁ 4 ଲକ୍ଷର ସହାୟତା ଘୋଷଣା

ପାଟନା: ବିହାରରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ 17 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରବିବାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ମୃତକଙ୍କ ପରିବାର ସଦସ୍ୟଙ୍କୁ 4 ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ରାଶି ଘୋଷଣା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଟ୍ବିଟରେ ଦର୍ଶାଇଛନ୍ତି ଯେ, ବଜ୍ରପାତ ଯୋଗୁଁ ଭାଗଲପୁର ଜିଲ୍ଲାରେ ସର୍ବାଧିକ 6 ଜଣଙ୍କ ମୃତ୍ୟୁ ହୋଇଛି । ବୈଶାଲୀରେ 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଖଗାଡିଆରେ 2, କାଟିହାର, ସହରସା ଏବଂ ମଧେପୁରରେ ଜଣେ ଲେଖାଏଁ ମୃତ୍ୟୁ, ବାଙ୍କାରେ 2 ଜଣ, ମୁଙ୍ଗେର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଥିସହ ବର୍ଷା ସମୟରେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ସେ ଜନସାଧାରଣ ନିକଟରେ ଅପିଲ କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଜାରି ହୋଇଥିବା ସତର୍କତାକୁ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ଏବଂ ବଜ୍ରପାତ ବର୍ଷା ସମୟରେ ଘରୁ ନ ବାହାରିବା ପାଇଁ କହିଛନ୍ତି ।

ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଗୁଜୁରାଟ, ମଧ୍ୟପ୍ରଦେଶ, ବିଦର୍ଭ, ଛତିଶଗଡ଼, ଗାଙ୍ଗେଟିକ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାରର ଏନେକ ସ୍ଥାନରେ ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଭାରି ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ABOUT THE AUTHOR

...view details