ଓଡିଶା

odisha

ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ୯ ମୃତ

By

Published : Sep 16, 2022, 10:56 AM IST

Updated : Sep 16, 2022, 11:55 AM IST

ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଭୁଶୁଡିଲା ନିର୍ମାଣଧୀନ କୋଠାର କାନ୍ଥ । କାନ୍ଥ ତଳେ ଚାପି ହୋଇ ଚାଲିଗଲା ୯ ଜୀବନ । ଅଧିକ ପଢନ୍ତୁ

ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ୯ ମୃତ
ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ୯ ମୃତ

ଲକ୍ଷ୍ନୌ:ବର୍ଷା ସାଜିଲା କାଳ । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଚାଲିଗଲା ୯ ଜୀବନ । ଆଜି ସକାଳେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଦିଲକୁଶା ଅଞ୍ଚଳରେ ଏହି ବଡ ଅଘଟଣ ଘଟିଯାଇଛି । ଗୋଟିଏ ନିର୍ମାଣଧୀନ କୋଠାର କାନ୍ଥ ଭୁଶୁଡିବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛି ।

ଏହି ଅଘଟଣରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ(Chief Minister Yogi Adityanath) ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହିତ ଆହତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ:୨୦୦ ଫୁଟ ଗଭୀର ବୋରୱେଲକୁ ଖସିଲା ବର୍ଷକର ଶିଶୁ, ୭ ଘଣ୍ଟା ପରେ ଉଦ୍ଧାର

ସୂଚନା ଅନୁଯାୟୀ, ଦୁଇ ଦିନ ହେଲା ରାଜଧାନୀ ଲକ୍ଷ୍ନୌରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ସାରା ସହରର ସ୍ଥିତି ଏକ ପ୍ରକାର ବେହାଲ ହୋଇଯାଇଛି । ତେବେ କାନ୍ଥ ପଡିବା ଘଟଣାରେ ଲକ୍ଷ୍ନୌ ଯୁଗ୍ମ କମିଶନର ଅଫ୍ ପୋଲିସ(Joint Commissioner of Police) ପିୟୁଷ ମୋରଦିଆ କହିଛନ୍ତି, ''ଦିଲକୁଶ ଅଞ୍ଚଳର ଆର୍ମି ଏନକ୍ଲେଭ(Army enclave) ବାହାରେ କିଛି ଶ୍ରମିକ ଛୋଟ କୁଡିଆ ଘରେ ଆଶ୍ରୟ ନେଇଥିଲେ । ଗତକାଲି ରାତିସାରା ବର୍ଷା ହେବା ଯୋଗୁଁ ଆର୍ମି ଏନକ୍ଲେଭର କାନ୍ଥ ହଠାତ୍ ଭୁଶୁଡି ପଡି ସେଠାରେ ଶ୍ରମିକମାନେ ଶୋଇଥିବା ଘର ଉପରେ ପଡିଥିଲା । ଯାହାଫଳରେ କାନ୍ଥ ତଳେ ଚାପି ହୋଇ ୯ ଜଣଙ୍କ ମୃତ୍ୟୁ ଘଟିଛି ।

ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଁ ଆମେ ଭୋର୍ ୩ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲୁ । କାନ୍ଥ ଅବଶେଷ ତଳରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲୁ ।'' ଅନ୍ୟପଟେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

Last Updated : Sep 16, 2022, 11:55 AM IST

ABOUT THE AUTHOR

...view details