ଓଡିଶା

odisha

ETV Bharat / bharat

ମଦୁରାଇର ବାଣ କାରଖାନାରେ ବିସ୍ଫୋରଣ: 5ମୃତ, ଏକାଧିକ ଆହତ - ତାମିଲନାଡୁ ବିସ୍ଫୋରଣ

ମଦୁରାଇର ବାଣ କାରଖାନାରେ ବିସ୍ଫୋରଣ । ତାମିଲନାଡୁର ମଦୁରାଇର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 5ଜଣଙ୍କ ମୃତ୍ୟୁ ହୋଇଛି (explosion rocks firecracker factory in Madurai)। 10ରୁ ଅଧିକ ଆହତ ସୂଚନା । ଅଧିକ ପଢନ୍ତୁ

ମଦୁରାଇରେ ବାଣ କାରଖାନାରେ ବିସ୍ଫୋରଣ: 5 ମୃତ, ଏକାଧିକ ଆହତ
ମଦୁରାଇରେ ବାଣ କାରଖାନାରେ ବିସ୍ଫୋରଣ: 5 ମୃତ, ଏକାଧିକ ଆହତ

By

Published : Nov 10, 2022, 5:49 PM IST

ଚେନ୍ନାଇ:ମଦୁରାଇର ବାଣ କାରଖାନାରେ ବିସ୍ଫୋରଣ । ତାମିଲନାଡୁ ମଦୁରାଇରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ଅତିକମରେ 5ଜଣଙ୍କ ମୃତ୍ୟୁ ଘଟିଛି (explosion rocks firecracker factory in Madurai)। ଅନ୍ୟ ପ୍ରାୟ 10ଜଣରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଆଜି (ଗୁରୁବାର) ଅପରାହ୍ନରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ମୃତକମାନେ ସମସ୍ତେ ଉକ୍ତ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଛି । ବିସ୍ଫୋରଣର କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇ ପାରିନାହିଁ ।

ସୂଚନା ଅନୁସାରେ ମଦୁରାଇ ସହର ଉପକଣ୍ଠ ଉସଲାମବତୀରେ ଥିବା ଏହି ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା । କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବା ପରେ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି । ଏଥିରେ 5ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 10ଜଣ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି (explosion rocks firecracker factory in Madurai)।

ମୃତକମାନେ ସମସ୍ତେ ଏହି ବାଣ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା ସ୍ଥାନୀୟ ଏସ.ପି ସୂଚନା ଦେଇଛନ୍ତି । ସେହିପରି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ଏକ ଟିମ ସହ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details