ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡରେ ବରଯାତ୍ରୀ ବସ୍ ଦୁର୍ଘଟଣା: ଚାଲିଗଲା ୨୫ ଜୀବନ - ପାଉରୀ ବରଯାତ୍ରୀ ବସ୍ ଦୁର୍ଘଟଣା

ଉତ୍ତରାଖଣ୍ଡରେ ପାଉରୀ ଗରୱାଲ୍‌ ଜିଲ୍ଲାରେ ଘାଟି ତଳକୁ ବସ୍ ଖସିବା ଘଟଣା । ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ସୁରକ୍ଷିତ ଉଦ୍ଧାର । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡ ବରଯାତ୍ରୀ ବସ୍ ଦୁର୍ଘଟଣା:  ଚାଲିଗଲା ୨୫ ଜୀବନ
ଉତ୍ତରାଖଣ୍ଡ ବରଯାତ୍ରୀ ବସ୍ ଦୁର୍ଘଟଣା: ଚାଲିଗଲା ୨୫ ଜୀବନ

By

Published : Oct 5, 2022, 6:52 AM IST

Updated : Oct 5, 2022, 1:03 PM IST

ଡେରାଡୁନ୍‌:ଉତ୍ତରାଖଣ୍ଡ ପାଉରୀ ଗରୱାଲ୍‌ ଜିଲ୍ଲାରେ ବରଯାତ୍ରୀ ବସ୍ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ବସ୍ ଭିତରୁ ମୋଟ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇ ଥିବାବେଳେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା(Uttarakhand bus accident) । ପାଖାପାଖି ୫୦ ଜଣ ବରଯାତ୍ରୀଙ୍କୁ ନେଇ ଲାଲଢାଙ୍ଗରୁ ବିରୋନଖାଲ ଯାଉଥିବା ବସ୍ ଭାରସାମ୍ୟ ହରାଇ ସିମ୍‌ଡୀ ଗ୍ରାମ ରିଖ୍‌ନୀଖାଲ୍‌-ବୀରୋଖାଲ୍‌ ରାସ୍ତାରେ ଥିବା ଏକ ଘାଟି ତଳକୁ ଖସି ପଡିଥିଲା ।

ଏହାମଧ୍ୟ ପଢନ୍ତୁ: ଉତ୍ତରାଖଣ୍ଡରେ ଘାଟି ତଳକୁ ଖସିଲା ବସ୍‌, ଯାତ୍ରୀବାହୀ ବସ୍‌ରେ ଥିଲେ ୪୦ରୁ ୫୦ ଯାତ୍ରୀ

ଘାଟି ତଳକୁ ଖସି ଥିବା ବସ୍‌ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଅନ୍ଧାର ହୋଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଓ SDRF ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୨୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାସ୍ଥଳରେ କୌଣସି ପ୍ରକାର ଆଲୋକ ବ୍ୟବସ୍ଥା ନଥିବା କାରଣରୁ ବସ୍ ଭିତରୁ ଯାତ୍ରୀଙ୍କୁ ବାହାର କରିବାରେ ସମସ୍ୟା ହେଉଥିବା କୁହାଯାଉଛି । ମୋବାଇଲ ଟର୍ଚ୍ଚରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଜଣାଇଛନ୍ତି ।

ଏହି ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Draipadi Murmu) ମଧ୍ୟ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ପରିବାର ପ୍ରତି ଗଭୀର ସମବେଦନା ଜାଇଛନ୍ତି । ରାଷ୍ଟ୍ରପତି ଟ୍ବିଟ୍ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସମୁଦ୍ରରେ ଭାସିଯାଇ ୪ ମୃତ, ଜଣେ ନିଖୋଜ

Last Updated : Oct 5, 2022, 1:03 PM IST

ABOUT THE AUTHOR

...view details