ଓଡିଶା

odisha

ETV Bharat / bharat

କୁଲ୍ଲୁରେ ଖାଇକୁ ଖସିଲା ସ୍କୁଲ ବସ, 12 ମୃତ - ବସ ଦୁର୍ଘଟଣାରେ ଏକାଧିକ ମୃତ

ହିମାଚଳ ପ୍ରଦେଶ କୁଲ୍ଲୁରେ ଖାଇକୁ ଖସିଲା ସ୍କୁଲ ବସ । ଘଟଣାସ୍ଥଳରେ 12 ମୃତ । ଅନ୍ୟ କିଛି ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶରେ ଖାଇକୁ ଖସିଲା ସ୍କୁଲ ବସ, 16 ମୃତ !
ହିମାଚଳ ପ୍ରଦେଶରେ ଖାଇକୁ ଖସିଲା ସ୍କୁଲ ବସ, 16 ମୃତ !

By

Published : Jul 4, 2022, 10:26 AM IST

Updated : Jul 4, 2022, 2:25 PM IST

ଡେରାଡୁନ:ହିମାଚଳ ପ୍ରଦେଶ କୁଲ୍ଲୁରେ ଏକ ବସ ଦୁର୍ଘଟଣାରେ 12 ଜଣ ପ୍ରାଣ ହରାଇଛନ୍ତି । ବସଟି ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି । ଦୁର୍ଘଟଣାଗ୍ରସ୍ତ ବସଟି ସ୍କୁଲ ବସ ହୋଇଥିବା ମଧ୍ୟ ସୂଚନା ମିଳିଛି । ମୃତାହତଙ୍କ ମଧ୍ୟରେ ସ୍କୁଲ ପିଲା ରହିଥିବା ନେଇ ମଧ୍ୟ ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଛନ୍ତି । ଆହତଙ୍କ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (PMNRF)ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଧ୍ୟ ଘୋଷଣା କରାଯାଇଛି । ସେହିପରି ଆହତଙ୍କୁ 50 ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଜି ସକାଳ ପ୍ରାୟ 8 ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ବସରେ ପ୍ରାୟ 40 ଜଣ ଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 4, 2022, 2:25 PM IST

ABOUT THE AUTHOR

...view details