ନୂଆଦୀଲ୍ଲୀ:ବ୍ୟାଙ୍କକୁ ଫେରିଛି 18 ହଜାର କୋଟି । ଆଜି (ବୁଧବାର) ସୁପ୍ରିମକୋର୍ଟକୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । ତେବେ ଏହି ସବୁ ଟଙ୍କା ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ ଚୋକସିଙ୍କ ପାଖରୁ ଫେରାଇ ଆଣିଛି କେନ୍ଦ୍ର ।
ଅନ୍ୟପଟେ ଏହି ତିନି ଜଣଙ୍କୁ 2018 ଅଗଷ୍ଟରେ ଅର୍ଥନୈତିକ ଅପାରାଧୀ ତଥା ପଳାତକ (fugitive economic offenders act) ଘୋଷଣା କରାଯାଇଥିଲା । ତେବେ ସୁପ୍ରମକୋର୍ଟରେ ଏକାଧିକ ଆବେଦନ ଯାଞ୍ଚ ବେଳେ ଅର୍ଥ ହେରଫର କାରବାର ଉପରେ ଆଜି କେନ୍ଦ୍ର ସରକାର ଉତ୍ତର ଦେଇଛନ୍ତି । ଏହି ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟ ଦ୍ବାରା ଗଠିତ ଖଣ୍ଡପୀଠ ଜଷ୍ଟିସ୍ ଦିନେଶ ମାହେଶ୍ବରୀ ଏବଂ ସିଟି ରବିକୁମାରଙ୍କୁ ବ୍ୟାଙ୍କକୁ ଟଙ୍କା ଫେରିଥିବା କହିଛନ୍ତି ।
ସେହିଭଳି ଏହି ଟଙ୍କା ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ ଚୋକସିଙ୍କ ପାଖରୁ ଫେରାଇ ଅଣାଯାଇଛି ବୋଲି ମେହେଟ୍ଟା ସୁପ୍ରିମକେର୍ଟକୁ କହିଛନ୍ତି । ତେବେ ଏହି ଟଙ୍କା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରି ଆଣିଛି । ସେହିପରି ୪ ହଜାର ୭ଶହ ମାମଲାର ତଦନ୍ତ ସରିଥିବା ବେଳେ ୩ଶହ ୧୩ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ବୋଲି ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।