ଓଡିଶା

odisha

ETV Bharat / bharat

ପୋଖରୀରେ ଗାଧୋଇବା ହେଲା କାଳ ! 5 ଶିଶୁଙ୍କ ସଲିଳ ସମାଧି - ବିହାର ଖବର

ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ 5 ଶିଶୁ ମୃତ । ସମସ୍ତ ମୃତଦେହ ଉଦ୍ଧାର ତଦନ୍ତ ଆରମ୍ଭ । (Several Children Died Due to Drowning in Pond In Kaimur) ଅଧିକ ପଢନ୍ତୁ

ପୋଖରୀରେ ବୁଡି 5 ଶିଶୁ ମୃତ
ପୋଖରୀରେ ବୁଡି 5 ଶିଶୁ ମୃତ

By ETV Bharat Odisha Team

Published : Nov 13, 2023, 5:51 PM IST

ପାଟନା:ବିହାର କୈମୁର ଜିଲ୍ଲାର ରାମପୁର ଉପଖଣ୍ଡ ଅନ୍ତର୍ଗତ ଏକ ଗ୍ରାମରେ ପୋଖରୀରେ ବୁଡିଯାଇ 5 ଶିଶୁଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତ ଶିଶୁ ସ୍ଥାନୀୟ ଅଞ୍ଚଳର । ସେମାନେ ଖେଳିବାକୁ ଯାଇ କିମ୍ବା ଗାଧୋଇବା ବେଳେ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରାଯାଉଛି । ସେମାନେ ଗ୍ରାମ ନିକଟବର୍ତ୍ତୀ ଏକ ପୋଖରୀ ନିକଟରେ ଥିବା ସମୟରେ ସେମାନଙ୍କୁ ଶେଷ ଥର ପାଇଁ ଗ୍ରାମବାସୀ ଦେଖିଥିଲେ । ହେଲେ କିଛି ଘଣ୍ଟା ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବା କାରଣରୁ ସେମାନଙ୍କୁ ଘର ଲୋକେ ଖୋଜିବା ଆରମ୍ଭ କରିଥିଲା ।

ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ନିମିଳିବା କାରଣରୁ ସେମାନେ ପୋଖରୀରେ ବୁଡି ଯାଇଥିବା ସନ୍ଦେହ ପ୍ରକାଶ ପାଇଥିଲା । ପୋଲିସ ଓ ଅଗ୍ନିଶମ ଟିମକୁ ସୂଚନା ଦିଆଯାଇଥିଲା । ସ୍ଥାନୀୟ ଗ୍ରାମବାସୀ ଓ ଫାଏର ଟିମ୍‌ ପୋଖରୀରେ କିଛି ସମୟ ଖୋଜାଖୋଜି କରିଥିଲେ । ଶିଶୁମାନେ ଏହି ପୋଖରୀରେ ବୁଡିଯାଇଥିବା ସ୍ପଷ୍ଟ ହେବା ପରେ ଜାଲ ବିଛାଯାଇ ସେମାନଙ୍କ ମୃତଦେହ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ଜାଲ ବିଛାଇ ସମସ୍ତ 5 ଶିଶୁଙ୍କ ମୃତଦେହ ଉଦ୍ଧାର କରିବାରେ କରିବାରେ ସଫଳ ହୋଇଥିଲା ଉଦ୍ଧାରକାରୀ ଟିମ ।

ପୋଲିସ ସମସ୍ତ ମୃତଦେହ ଜବତ କରି ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଶିଶୁଙ୍କ ମଧ୍ୟରେ ସ୍ଥାନୀୟ ଗ୍ରାମବାସୀ ସୁଶୀଲ କୁମାରଙ୍କ 12 ବର୍ଷୀୟା କନ୍ୟା ଅନୁପ୍ରିୟା, 10 ବର୍ଷୀୟା କନ୍ୟା ଅଂଶୁପ୍ରିୟା, 9 ବର୍ଷୀୟା କନ୍ୟା ଅପୂର୍ବପ୍ରିୟା ଓ ସୁନୀଲ କୁମାରଙ୍କ 8 ବର୍ଷୀୟା କନ୍ୟା ମଧୁପ୍ରିୟାଙ୍କ ସମେତ ରୋହତାସ ଜିଲ୍ଲାର ଧନକଡା ନିବାସୀ 11 ବର୍ଷୀୟ ଅମନ କୁମାର ବୋଲି ଜଣାପଡିଛି । ସମସ୍ତଙ୍କ ବୟସ 12 ବର୍ଷ ମଧ୍ୟରେ । ହସ୍ପିଟାଲରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ହାଇଦ୍ରାବାଦରେ ଭୟାବହ ଅଗ୍ନିକାଣ୍ଡ, କେମିକାଲ ବିଲ୍ଡିଂରେ ନିଆଁ ଲାଗି 9 ଜୀବନ୍ତ ଦଗ୍ଧ

ଅଘଟଣ ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ବିକାଶ ସିଂ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କୁ ସରକାରୀ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ମଧ୍ୟ ସେ ଦାବି କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details