ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଲିତପୁର ଜିଲ୍ଲାରେ ଜଣେ 17 ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ସମାଜବାଦୂ ପାର୍ଟି (SP), ବହୁଜନ ସମାଜ ପାର୍ଟି(BSP) ନେତା ଏବଂ ଜଣେ ଇଞ୍ଜିନିୟରଙ୍କ ସମେତ ଉତ୍ତର ପୋଲିସ ଏପର୍ଯ୍ୟନ୍ତ 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟମାନଙ୍କ ମଧ୍ୟରେ ପୀଡିତାଙ୍କ ବାପା ମଧ୍ୟ ଜନ୍ମକଲା ଝିଅକୁ ଦୁଷ୍କର୍ମ କରିଥିବା କଥା ସାମ୍ନାକୁ ଆସିଛି ।
ପ୍ରକାଶ ଥାଉକି, ପୀଡିତାଙ୍କୁ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ଅକ୍ଟୋବର 12ରେ ସଦର କୋତୱାଲୀରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୀଡିତାଙ୍କ ପିତା, ଦାଦା ତଥା ଏସପି ଏବଂ ବିଏସପିର ଜିଲ୍ଲାଅଧ୍ୟକ୍ଷଙ୍କ ସମେତ 25 ଜଣ ନାମୀଦାମି ଲୋକ ଏବଂ ତିନି ଜଣ ଅଜଣା ବ୍ୟକ୍ତି ସାମିଲ ଅଛନ୍ତି। ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଆଠଟି ଟିମ ନିୟୋଜିତ କରାଯାଇଛି।
ପୋଲିସର ସୂଚନାନୁସାରେ, ସମାଜବାଦି ପାର୍ଟି ଜିଲ୍ଲା ସଭାପତି ତିଲକ ଯାଦବ, ବିଏସପି ଜିଲ୍ଲା ସଭାପତି ଦୀପକ ଅହିରୱାର ଏବଂ ଜଣେ ଜୁନିୟର ଇଞ୍ଜିନିୟର (ଜେଇ) ମହେନ୍ଦ୍ର ଦୁବେ । ପୋଲିସ ଏହି ତିନି ଅଭିଯୁକ୍ତଙ୍କୁ ଟ୍ରାକିଂ କରିଥିଲା। ଏହି ସମସ୍ତ ଅଭିଯୁକ୍ତ ଲଲିତପୁରରୁ ମିର୍ଜାପୁରକୁ ପଳାଇ ଆସିଥିଲେ ଏବଂ ଓକିଲଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।