ଅଯୋଧ୍ୟା:ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆସନ୍ତା 22 ତାରିଖ ଅର୍ଥାତ ସୋମବାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଗର୍ଭଗୃହରେ ବିରାଜିବେ ପ୍ରଭୁ ରାମଲାଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜିଠାରୁ(ମଙ୍ଗଳବାର) ଆରମ୍ଭ ହେବ ଧାର୍ମିକ ରୀତିନୀତି । 7 ଦିନ ଧରି ଚାଲିବ ପୂଜାର୍ଚ୍ଚନା । ହୋମ ଯଜ୍ଞ ସାଙ୍ଗକୁ ସାଧୁସନ୍ଥଙ୍କ ବେଦପାଠ ଓ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେବ ରାମ ଜନ୍ମଭୂମି ଅଯୋଧ୍ୟା ନଗରୀ । ମହୀଶୂରର ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ପ୍ରତିମୂର୍ତ୍ତି ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବ ।
7 ଦିନର ଧାର୍ମିକ ରୀତିନୀତି କାର୍ଯ୍ୟସୂଚୀ:ଆଜି ପ୍ରାୟଶ୍ଚିତ ଏବଂ କର୍ମକୁଟି ପୂଜା କରାଯିବ । ବୁଧବାର ଗର୍ଭ ଗୃହରେ ମୂର୍ତ୍ତି ସ୍ଥାପନ କରାଯିବ । ଜାନୁଆରୀ 18 ତାରିଖ ସନ୍ଧ୍ୟାରେ ତୀର୍ଥ ପୂଜା, ଜଳଯାତ୍ରା କରାଯିବ, ସନ୍ଧ୍ୟାରେ ଜଳାଧିବାସ ଓ ଗନ୍ଧାଧିବାସ କରାଯିବ । 19 ଜାନୁଆରୀ ସକାଳ ସମୟରେ ଔଷାଧିବାସ, କେସରଧିବାସ ଓ ଗ୍ରିତାଧିବାସ ସମ୍ପନ୍ନ ହେବ । ସେହିଦିନ ସନ୍ଧ୍ୟାରେ ଧାନ୍ୟାଧିବାସ କରାଯିବ । ସେହିପରି 20 ଜାନୁଆରୀ ସକାଳେ ଶର୍କାରଧିବାସ, ଫଳାଧିବାସ, ସନ୍ଧ୍ୟାରେ ପୁଷ୍ପଧିବାସ, ଜାନୁଆରୀ 21 ସକାଳେ ମଧ୍ୟାଧିବାସ, ସନ୍ଧ୍ୟାରେ ସୟାଧିବାସ । 22 ତାରିଖରେ ଦିନ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ କରାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବର କାର୍ଯ୍ୟସୂଚୀକୁ କାଶୀର ବିଦ୍ବାନ ଗଣେଶ୍ବର ଶାସ୍ତ୍ରୀ ଦ୍ରାବଦିଡ ସ୍ଥିର କରିଛନ୍ତି । 121 ଜଣ ଆଚାର୍ଯ୍ୟ ପୂଜାର୍ଚ୍ଚନା କରିବେ ।