ଥିରୁଅନନ୍ତପୁରମ: କେରଳର ବିଶ୍ବପ୍ରସିଦ୍ଧ ସାବରୀମାଳା ମନ୍ଦିର ପୁଣି ରଚିଲା ରେକର୍ଡ । ମନ୍ଦିରରେ ମକରଭିଲ୍ଲାକୁ ସିଜନରେ ମନ୍ଦିର ଟ୍ରଷ୍ଟ ୭ କୋଟି ଟଙ୍କା କଏନ ବା ମୁଦ୍ରା ସଂଗ୍ରହ ହୋଇଛି । ଏହି ସିଜନ ଆସନ୍ତା ୨୦ ତାରିଖରେ ଶେଷ ହେବାକୁ ଯାଉଛି । ହୁଣ୍ଡିରୁ ଏହି ମୁଦ୍ରାକୁ ସଂଗ୍ରହ କରାଯାଇ ଗଣନା କରିବା ପରେ ଏହା ୭ କୋଟି ଟଙ୍କା ବୋଲି ଜଣାପଡ଼ିଛି । ଯାହା ଦ୍ବାରା ମନ୍ଦିର ନୂଆ ରେକର୍ଡ ରଚିଛି ।
ଶ୍ରଦ୍ଧାଳୁମାନେ ଦର୍ଶନ ସମୟରେ ହୁଣ୍ଡିରେ ଏହି ମୁଦ୍ରାକୁ ଦାନ କରିଥିଲେ । ଦାନ ପରେ ଏହି ମୁଦ୍ରାକୁ ସଂଗ୍ରହ କରାଯାଇ ଗଣନା କରାଯାଇଥିଲା । ମନ୍ଦିର ସୂତ୍ରରୁ ପ୍ରକାଶ ଯେ ହୁଣ୍ଡିରୁ ସଂଗୃହିତ ମୁଦ୍ରା ଗଣିବା ପାଇଁ ଅନେକ ଦିନ ଲାଗିଥିଲା । ହୁଣ୍ଡିରୁ ପ୍ରାୟ ୭ କୋଟି ମୂଲ୍ୟର ମୁଦ୍ରା ସଂଗ୍ରହ କରାଯାଇଛି ଏବଂ ଗଣନା ପାଇଁ ୬୦ ଜଣ ଲୋକଙ୍କୁ ନିୟୋଜିତ କରାଯାଇଥିଲା । ଏଯାବତ ୭ କୋଟି ଟଙ୍କାର ମୁଦ୍ରା ସଂଗ୍ରହ କରାଯାଇଛି । ଆଗକୁ ନୀଲକଲ ଏବଂ ପମ୍ବା ହୁଣ୍ଡି ଖୋଲିବାକୁ ଯାଉଛି । ଏଥିରୁ ମୁଦ୍ରା ସଂଗ୍ରହ କରିବା ପରେ ଏହା ୭ କୋଟିରୁ ଊର୍ଦ୍ଧ୍ବ ହେବ ।