ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ଆଉ 6 ଦିନ ଲକଡାଉନ, ପୂର୍ବାପେକ୍ଷା କଟକଣା କୋହଳ - lockdown extension delhi

ଦିଲ୍ଲୀରେ କୋରୋନା ସଂକ୍ରମଣକୁ କାରଣରୁ ବୃଦ୍ଧି ପାଇଲା ଲକଡାଉନ ଅବଧି । ଏହି ସମୟରେ କେଉଁ ସେବା ଉପଲବ୍ଧ ହେବ ସେନେଇ ଗାଇଡଲାଇନ ଜାରି କଲା ଦିଲ୍ଲୀ ସରକାର । ଅଧିକ ପଢନ୍ତୁ...

ଦିଲ୍ଲୀରେ ଆଉ 6 ଦିନ ଲକ ଡାଉନ, ପୂର୍ବାପେକ୍ଷା କଟକଣା କୋହଳ
ଦିଲ୍ଲୀରେ ଆଉ 6 ଦିନ ଲକ ଡାଉନ, ପୂର୍ବାପେକ୍ଷା କଟକଣା କୋହଳ

By

Published : Apr 25, 2021, 5:10 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦ୍ବିତୀୟ ଲହରରେ 30 ପ୍ରତିଶତ ରାଜଧାନୀବାସୀ ବର୍ତ୍ତମାନ ସୁଦ୍ଧା କୋରୋନା କବଳରେ କବଳିତ ହୋଇ ସାରିଲେଣି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଲକଡାଉନ ଅବଧିକୁ ଆଉ 6 ଦିନ ବୃଦ୍ଧି କରିଛନ୍ତି ।

ଆସନ୍ତା 3 ତାରିଖ ଅର୍ଥାତ ସୋମବାର ସକାଳ 5 ପର୍ଯ୍ୟନ୍ତ ନିୟମ କଡାକଡି ଭାବେ ପାଳନ କରାଯିବ । ତେବେ ଏହି ସମୟରେ କଣ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ ସେନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବିସ୍ତୃତ ବିବରଣୀ ଜାରି କରାଯାଇଛି । ଆସନ୍ତା 6 ଦିନ ବୃଦ୍ଧି ପାଇଥିବା ଅବଧି ମଧ୍ୟରେ କୋରିୟର ସେବା, ଇଲେକ୍ଟ୍ରିସିଆନ, ପାଣି ପ୍ରଦାନକାରୀ ଏବଂ ପ୍ୟୁରିଫାଏ ଆଦି କାର୍ଯ୍ୟରେ ନିୟୋଜିତ ଥିବା ଲୋକେ ଇ-ପାସ ମାଧ୍ୟରେ ବାହାରକୁ ବାହାରି ପାରିବେ ।

ଏଥିସହ ଇ-ପାସ ଆଣି ବହି ଦୋକାନ ଏବଂ ଫ୍ୟାନ ଦୋକାନ ମଧ୍ୟ ଖୋଲା ଯାଇପାରିବ । ଏହି ସମୟ ମଧ୍ୟରେ ରାଜ୍ୟ ମଧ୍ୟରେ ଏବଂ ରାଜ୍ୟ ବାହାରୁ ଆସୁଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡି ଚଳାଚଳ କରିପାରିବ । ସେମାନଙ୍କୁ କୌଣସି ପ୍ରମାଣ ପତ୍ର ଆବଶ୍ୟକ ପଡିବ ନାହିଁ । ତେବେ ନିୟମକୁ କଡାକଡି ପାଳନ କରିବା ପାଇଁ ସମସ୍ତ ଡିଏମ ଏବଂ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଧାରା 51 ଏବଂ 60 ଆଧାରରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details