ଓଡିଶା

odisha

ETV Bharat / bharat

Serial accident in Karnataka: ଦୁର୍ଘଟଣାରେ ଚାଲିଗଲା ୭ ଜୀବନ, ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା - karnataka news

ବେଙ୍ଗାଲୁରୁରେ ସିରିଜ ଦୁର୍ଘଟଣାରେ ଚାଲିଗଲା ୭ ଜଣଙ୍କ ଜୀବନ । ଗୁରୁତରଙ୍କ ଚିକିତ୍ସା ଜାରି ରହିଥିବାବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି । ଅଧିକ ପଢନ୍ତୁ

accident in hosapete
ବେଙ୍ଗାଲୁରୁରେ ସିରିଜ ଦୁର୍ଘଟଣା

By ETV Bharat Odisha Team

Published : Oct 9, 2023, 10:39 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ସିରିଜ ଦୁର୍ଘଟଣା । ଘଟଣାସ୍ଥଳରେ ଚାଲିଗଲା ୭ ଜଣଙ୍କ ଜୀବନ । ଆଜି ଅପରାହ୍ନରେ ବିଜୟନଗର ଜିଲ୍ଲା ଦେଇ ଯାଇଥିବା ୫୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ଭୟଙ୍କର ସିରିଜ ଦୁର୍ଘଟଣା । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏହି ଦୁର୍ଘଟଣାରେ ଏକ କ୍ରୁଜର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ଏକ ଟ୍ରକର ସମ୍ମୁଖ ଭାଗ ମଧ୍ୟ ନଷ୍ଟ ହୋଇଯାଇଛି । ଅନ୍ୟ ଏକ ଟ୍ରକ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ପଡ଼ିଯାଇଥିବା ଦେଖିବାକୁ ମିଳିଛି ।

ଏହି ଭୟଙ୍କର ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଯାଇଛି । ମୃତକମାନେ ହେଲେ ନାମ ଉମା, କେଞ୍ଚାଭା, ଭାଗ୍ୟା, ଅନିଲ, ଗୋନି ବସପ୍ପା, ଭୀମାଲିଙ୍ଗପ୍ପା ଏବଂ ହୋସାପେଟେ ସହରର ୟୁବରାଜ । ଏହି ଦୁର୍ଘଟଣାରେ ଆଉ କେତେକ ଲୋକ ଗୁରୁତର ଥିବା ଜଣାପଡିଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ସୂଚନା ଅନୁସାରେ, ପରିବାରର ସଦସ୍ୟମାନେ ବିଜୟନଗର ଜିଲ୍ଲାର ହରପାନାହଲ୍ଲୀ ତାଲୁକରେ ଅବସ୍ଥିତ କୁଲାହାଲୀ ଗୋନିବାସଭେଶ୍ବର ମନ୍ଦିରକୁ ଯାଇଥିବା ସମୟରେ ଏଦି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ପରିବାର ସଦସ୍ୟମାନେ ଫେରୁଥିବାବେଳେ ୫୦ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଏହା ବି ପଢନ୍ତୁ...ଟ୍ରକକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ତେବେ କ୍ରୁଜର ଗାଡିରେ 13 ଜଣ ଥିଲେ ବୋଲି ସୂଚନା ଦେଇଛି ପୋଲିସ । ୭ଜଣଙ୍କ ଜୀବନ ଯାଇଥିବାବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହୋସାପେଟେ ସହରର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଜୟନଗର ଏସପି ଶ୍ରୀହରିବାବୁ ସ୍ଥିତି ପରଖିବା ସହ ଏନେଇ ଅଧିକ ଯାଞ୍ଚ ଚଲାଇଛନ୍ତି । ଦୁର୍ଘଟଣା ଘଟିଥିବା କ୍ରୁଜର ଗାଡିଟି ହୋସାପେଟରୁ ଆସିଛି ଜଣାପଡିଛି । ସମସ୍ତ ମୃତ ବ୍ୟକ୍ତି ହୋସାପେଟେ ସହରର ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ଘରକୁ ଫେରିବା ସମୟରେ ଘରଠାରୁ ମାତ୍ର କିଛି କିଲୋମିଟର ଦୂରରେ ହିଁ ସେମାନଙ୍କର ଜୀବନ ଯାଇଛି । ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଦୁର୍ଘଟଣା କାରଣରୁ 50 ନମ୍ବର ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଯାତାୟତ ବାଧାପ୍ରାପ୍ତ ରହିଥିଲା । ରାସ୍ତା ଉପରେ ଅନେକ ଯାନ ବାହନ ଅଟକି ରହିଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details