ନୂଆଦିଲ୍ଲୀ:ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଡ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଆତଙ୍କବାଦୀ ୟାସୀନ ମଲ୍ଲିକ ଦିଲ୍ଲୀର ତିହାର ଜେଲରେ ଆମରଣ ଅନଶନ ପରେ ଅସୁସ୍ଥ ହୋଇଛି । ଗତ 4ଦିନ ଧରି ଅନଶନ ପରେ ଅସୁସ୍ଥ ହୋଇପଡିଥିବା ମଲ୍ଲିକକୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ ।
ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ତିହାର ଜେଲର ସେଲ ନମ୍ବର-7 ରେ ରହୁଥିଲା ୟାସୀନ । ତେବେ ଗତ 4 ଦିନ ଧରି ସେ ଅନଶନରେ ବସିବା ସହ ଖାଦ୍ୟ ଗ୍ରହଣ କରିନଥିଲା । ତା ନିକଟରେ ରକ୍ତଚାପ ଓ ଅନ୍ୟ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ପରେ ତାକୁ ହସ୍ପିଟାଲ ସ୍ଥାନାନ୍ତରିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । କଡା ସୁରକ୍ଷା ମଧ୍ୟରେ ତାକୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।