ଓଡିଶା

odisha

ETV Bharat / bharat

ପାରିବାରିକ କଳହରୁ ଅମାନବୀୟ ଘଟଣା, ୫ ଫୁଟିଆ ଲୁହା ଛଡରେ ପତ୍ନୀକୁ ଭୂଷିଲା ସ୍ୱାମୀ - ୫ ଫୁଟିଆ ଲୁହା ଛଡ

ପାରିବାରିକ ବିବାଦକୁ ନେଇ ଲଙ୍କକାଣ୍ଡ । କ୍ରୋଧର ବସବତି ହୋଇ ୫ ଫୁଟିଆ ଲୁହା ଛଡରେ ପତ୍ନିକୁ ଭୂଷିଲା ସ୍ବାମୀ । ଅଧିକ ପଢ଼ନ୍ତୁ

ନୃଂଶସତାର ସୀମା ଟପିଲା ସ୍ବାମୀ
ନୃଂଶସତାର ସୀମା ଟପିଲା ସ୍ବାମୀ

By

Published : Jan 17, 2023, 7:49 AM IST

ଭୋପାଲ: ମଧ୍ୟପ୍ରଦେଶରୁ ସମ୍ନାକୁ ଆସିଲା ଛାତିଥରା ଘଟଣା । ପାରିବାରିକ ବିବାଦ ପରେ ନୃଂଶସତାର ସୀମା ଟପିଲା ସ୍ବାମୀ । ପତ୍ନୀ ସହ ଝଗଡ଼ା ପରେ, ମାନବିକତା ହରେଇ ୫ ଫୁଟିଆ ଲୁହା ଛଡରେ ପତ୍ନିକୁ ଭୂଷିଲା ସ୍ବାମୀ । ଏପରି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ସିବନୀରେ ଘଟିଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ସିବନୀର ସରକାରୀ ହସ୍ପଟାଲରେ ଭର୍ତ୍ତି କରିଥିଲେ । ମହିଳାଙ୍କ ଶରୀରରୁ ଅତ୍ୟଧିକ ରକ୍ତଶ୍ରାବ ହେବା କାରଣରୁ ତାଙ୍କ ଅବସ୍ଥା ସଙ୍କଟାପ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ପରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନାଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ପରିବାର ଲୋକ ସ୍ବମୀ ବିରେଧରେ ଏକ ଏଫାଆଇଆର ଦାୟର କରିଛନ୍ତି ।

ସୂଚନା ଅନୁଯାୟୀ, ସିବନୀର ବାଦଲପାର ଥାନା ଅନ୍ତରର୍ଗତ କୁରେଇ ଗ୍ରାମର ଭାଗବତୀ କୁରେଶି ଏବଂ ତାଙ୍କ ପତି ବିନୋଦ କୁରେଶିଙ୍କ ମଧ୍ୟରେ କୈଣସି ଏକ କାରଣକୁ ନେଇ ଝଗଡା ହୋଇଥିଲା । ତେବେ କ୍ରୋଧର ବସବର୍ତ୍ତି ହୋଇ ବିନୋଦ, ପାଖରେ ଥିବା ଏକ ୫ ଫୁଟିଆ ଲୁହା ଛଡରେ ଭାଗବତୀଙ୍କୁ ଆକ୍ରମଣ କରିଥିଲା। ଫଳରେ ଲୁହା ଛଡଟି ମହିଳାଙ୍କ ଶରୀରରେ ପଶିଯାଇଥିଲା । ମହଳାଙ୍କୁ ତୁରନ୍ତ ଅମ୍ବୁଲାନ୍ସ ଜରିଆରେ ମେଡିକାଲରେ ଭର୍ତ୍ତି କରାଇଥିଲା ।

ମହଳାଙ୍କ ଶରୀରରେ ୫ ଫୁଟିଆ ଲୁହା ଛଡ ରହିଥିବା ଦେଖି ମେଡିକାଲରେ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମହିଳାଙ୍କ ପରିବାର ଲୋକ ସ୍ବାମୀ ବିରୋଧରେ ଏକ ଏଫାଆଇଆର ଦାଖଲ କରିବା ସହ ସ୍ଥନୀୟ ତହସିଲଦାରକୁ ଅବଗତ କରାଇଥିଲେ । ସ୍ଥାନୀୟ ତହସିଲଦାରଙ୍କ ସମ୍ମୁଖରେ ପୋଲିସ ଭାଗବତୀଙ୍କ ବୟାନ ରେକର୍ଡ କରିଥିଲେ । ପୋଲିସ ଭାଗବତୀ ବୟାନ ରେକର୍ଡ କରିବା ପରେ ଆକ୍ରମଣ ଏବଂ ହତ୍ୟା ମାମଲା ଦାଖଲ କରି ବିନୋଦକୁ ଖୋଜୁଥିବା ଥାନା ଅଧିକାରୀ କହୁଛନ୍ତି ।

ପାରିବାରିକ ବିବାଦକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ବିନୋଦର ପିତା କିଶୋରୀଲାଲ ନିଜ ବୟାନରେ କହଛନ୍ତି । କିଶୋରୀଲାଲଙ୍କ କହିବା ଅନୁଯାୟୀ, "ତାଙ୍କର ଦୁଇଟି ପୁଅ । ବଡ ପୁଅ ନାଁ ବିନୋଦ ଏବଂ ସାନ ପୁଅ ନାଁ ପ୍ରମୋଦ । ଉଭୟ ନିଜନିଜ ପରିବାର ସହ ଅଲଗା ଏଲଗା ରୁହନ୍ତି । କୈଣସି ଏକ କାରଣକୁ ବିନୋଦ ଏବଂ ତାର ପତ୍ନୀ ମଧ୍ୟରେ ଝଗଡା ହୋଇଥିଲା । ଯାହା ଫଳରେ ମାନବିକତା ହରେଇ ଲୁହା ବିନୋଦ ଛଡରେ ସ୍ତ୍ରୀକୁ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକମାନଙ୍କଠାରୁ ଖବର ପାଇ ଭାଗବତୀଙ୍କୁ ତୁରନ୍ତ ସିବନୀର ସରକାରୀ ହସ୍ପଟାଲରେ ଭର୍ତ୍ତି କରାଇଥିଲୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details