ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ ଦୁଇଥର ଯଥେଷ୍ଟ କହିଥିଲେ ବିରୋଧୀ ନେତା, ମୋଦି କହିଥିଲେ ମୋର ଇଚ୍ଛା ବିଶ୍ରାମ ନୁହଁ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶରେ ୨ଥର ପ୍ରଧାନମନ୍ତ୍ରୀ ହେବା ଯଥେଷ୍ଟ, ଆଗକୁ ଆହୁରି କଣ କରିବାର ଇଚ୍ଛା ରହିଛି ବୋଲି ମୋଦିଙ୍କୁ ପ୍ରଶ୍ନ କରିଥିଲେ ବିରୋଧି ଦଳ ନେତା । ଅଧିକ ପଢନ୍ତୁ

କଣ ରହିଛି ମୋଦିଙ୍କ ଆଗମୀ ଲକ୍ଷ, ପ୍ରଶ୍ନ କଲେ ବିରୋଧି ଦଳ ନେତା
କଣ ରହିଛି ମୋଦିଙ୍କ ଆଗମୀ ଲକ୍ଷ, ପ୍ରଶ୍ନ କଲେ ବିରୋଧି ଦଳ ନେତା

By

Published : May 14, 2022, 9:39 AM IST

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ଭାବରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ନରେନ୍ଦ୍ର ମୋଦି(PM Modi) । ମୋଦିଙ୍କ ଉତ୍କର୍ଷ ଚିନ୍ତାଧାରା ଓ ଜନହିତକାରୀ ଯୋଜନା ଲୋକଙ୍କୁ ଆକୃଷ୍ଟ କରିଛି । ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଅନେକ କଠିନ ପରିସ୍ଥିତିର ସଫଳ ସୁପରିଚାଳନା କରିଛନ୍ତି ମୋଦି । ତେବେ ଦୁଇ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଆଗାମୀ ଲକ୍ଷ୍ୟ କଣ ରହିଛି ବୋଲି ତାଙ୍କୁ ଜଣେ ବିରୋଧି ଦଳ ନେତା ପ୍ରଶ୍ନ କରିଥିଲେ । ଗୁଜୁରାଟରେ ଉତ୍କର୍ଷ ସମାରୋହରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି କହିଛନ୍ତି, "ଜଣେ ବରିଷ୍ଠ ବିରୋଧୀ ନେତା ଥରେ ପ୍ରଶ୍ନ କରିଥିଲେ ଯେ ଦେଶବାସୀ ଆପଣଙ୍କୁ ୨ଥର ପ୍ରଧାନମନ୍ତ୍ରୀ କରିଛନ୍ତି, ତେବେ ଆଗକୁ ଆପଣ କଣ କରିବାକୁ ଚାହୁଁଛନ୍ତି ।" ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, ଯେ ଏବେ ବିଶ୍ରାମ ନେବାର ସମୟ ନୁହଁ ମୋର ସ୍ବପ୍ନ ପରିପୂର୍ଣ୍ଣତା ଏବଂ ସରକାରୀ ଯୋଜନାକୁ ଶତପ୍ରତିଶତ ଆଗକୁ ନେବାର ଲକ୍ଷ୍ୟ ରହିଛି । ଜନସାଧାରଣ କିପରି ସରକାରୀ ଯୋଜନାର ଲାଭ ଉଠାଇପାରିବେ ତାହା ମୋର ଲକ୍ଷ୍ୟ ।

ପ୍ରଧାନମନ୍ତ୍ରୀ ବିରୋଧି ଦଳ ନେତାଙ୍କ ନାମ ଖୁଲାସା କରିନଥିଲେ ମାତ୍ର ଜଣେ ବରିଷ୍ଠ ନେତା ଜଣଙ୍କ କହିଥିବା କଥାକୁ ସ୍ମରଣ କରିଥିଲେ । ମୋଦି କହିଥିଲେ, " ବିରୋଧି ନେତା ଦିନେ ମୋତେ ଭେଟିଥିଲେ, ଯିଏକି ମୋତେ ତୀବ୍ର ବିରୋଧ କରନ୍ତି । କିନ୍ତୁ ତାଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି । ତାଙ୍କର ଚିନ୍ତାଧାରା ଥିଲା ଯେ ଯିଏ ଦେଶର ୨ଥର ପ୍ରଧାନମନ୍ତ୍ରୀ ହୁଅନ୍ତି, ସେ ସବୁକିଛି ହାସଲ କରିପାରନ୍ତି । ତେଣୁ ସେ ମୋତେ ୨ଥର ପ୍ରଧାନମନ୍ତ୍ରୀ ହେବା ଯଥେଷ୍ଟ କହିଥିଲେ ଓ ମୋର ଇଚ୍ଛା କଣ ରହିଛି ବୋଲି ପଚାରିଥିଲେ । ତେବେ ସେ ଜାଣନ୍ତି ନାହିଁ ଯେ, ମୁଁ ଏକ ଭିନ୍ନ ମାଟିର ମଣିଷ, ଗୁଜୁରାଟ ମୋତେ ପ୍ରସ୍ତୁତ କରିଛି, ମୋର ଇଚ୍ଛା ବିଶ୍ରାମ ନୁହଁ ବରଂ ଲୋକଙ୍କ ନିକଟରେ ଯୋଜନା ପହଞ୍ଚାଇବା ।"

ABOUT THE AUTHOR

...view details