ନୂଆଦିଲ୍ଲୀ:କାର୍ଯ୍ୟକାଳ ସରିବା ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା ନିଜ ଉତ୍ତରାଧିକାରୀ ଭାବେ ବରିଷ୍ଠ ବିଚାରପତି ୟୁ.ୟୁ ଲଲିତଙ୍କ ନାମ ସୁପାରିଶ କରିଛନ୍ତି । ପ୍ରଧାନ ବିଚାରପତିଙ୍କ ସପାରିଶ ପରେ ପରବର୍ତ୍ତୀ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୟୁ.ୟୁ ଲଲିତ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ନେଇ ସର୍ବାଧିକ ସମ୍ଭବନା ରହିଛି । ତେବେ ହଠାତ ଚର୍ଚ୍ଚାର ପରିସରକୁ ଆସିଥିବା ଜଷ୍ଟିସ ୟୁ.ୟୁ ଲଲିତଙ୍କୁ ନେଇ ବଢିବାରେ ଲାଗିଛି ଉତ୍ସୁକତା । କି’ଏ ଏହି ଜଷ୍ଟିସ ଲଲିତ, ନ୍ୟାୟିକ ବ୍ୟବସ୍ଥାରେ କଣ ରହିଛି ତାଙ୍କର କ୍ୟାରିୟର ।
- ପ୍ରରମ୍ଭିକ ଜୀବନ ଓ ପାରିବାରିକ ପୃଷ୍ଠଭୂମି:-
ଜଷ୍ଟିସ ୟୁ.ୟୁ ଲଲିତ ବର୍ତ୍ତମାନ ସର୍ବୋଚ୍ଚ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ଲଲିତ 1957ନଭେମ୍ବର 9 ତାରିଖରେ ମହାରାଷ୍ଟ୍ରର ସିଦ୍ଧଦୁର୍ଗା ଜିଲ୍ଲାର ବିଜୟ ଦୂର୍ଗ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ଓକିଲାତି ତାଙ୍କର ପାରିବାରିକ ବୃତ୍ତି ଭାବେ ରହିଆସିଛି । ତାଙ୍କ ଜେଜେବାପା, 4 ଜଣ ଦାଦା ମଧ୍ୟ ଆଇନ ସେବାରେ ରହି ସାରିଛନ୍ତି । ସେହିପରି ତାଙ୍କର ଜେଜେ ମା ମଧ୍ୟ ଜଣେ ଡାକ୍ତର ଥିଲେ । ପରେ ସେ ମଧ୍ୟ ପାରିବାରିକ ପରମ୍ପରାକୁ ଆପଣାଇ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ।
- ନ୍ୟାୟପାଳିକାରେ କ୍ୟାରିୟର:-
ଜଷ୍ଟିସ ଲଲିତ ଜୁନ୍ 1983 ମସିହାରେ ପ୍ରଥମ ଥର ପାଇଁ ଆଇନଜୀବୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲ । ପ୍ରଥମେ ବମ୍ବେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିବା ଲଲିତ 1985 ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ । ସେ ଜାନୁଆରୀ 1986 ରେ ମୁମ୍ବାଇ ଛାଡି ଦିଲ୍ଲୀ ଆସିଥିଲେ । ସେଠାରେ ମଧ୍ୟ ସେ ଆଇନ ଅଭ୍ୟାସ କରିଥିଲେ । ସେ ପୂର୍ବତନ ଆଟର୍ଣ୍ଣି ଜେନେରାଲଙ୍କ ସହ ମଧ୍ୟ କାମ କରିବାର ଅଭିଜ୍ଞତା ରଖିଛନ୍ତି ।
- ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କ୍ୟାରିୟର :-