ନୂଆଦିଲ୍ଲୀ:ବରିଷ୍ଠ କୂଟନୀତିଜ୍ଞ ରୁଚିରା କାମ୍ବୋଜ ହେଲେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି । ରୁଚିରା କମ୍ବୋଜ ହେଉଛନ୍ତି 1987 ବ୍ୟାଚର ଭାରତୀୟ ବୈଦେଶିକ ସେବା ଅଧିକାରୀ । ରୁଚିରା ବର୍ତ୍ତମାନ ଭୁଟାନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ଅଛନ୍ତି । ଭୁଟାନରେ ଭାରତକୁ ପ୍ରତିନିଧିତ୍ବ କରିବାରେ ରୁଚିରା ହେଉଛନ୍ତି ପ୍ରଥମ ମହିଳା କୂଟନୀତିଜ୍ଞ ।
ବରିଷ୍ଠ କୂଟନୀତିଜ୍ଞ ରୁଚିରା କମ୍ବୋଜ ହେଲେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି - ରୁଚିରା କାମ୍ବୋଜ ହେଲେ ଜାତିସଂଘ ପ୍ରତିନିଧି
ବରିଷ୍ଠ କୂଟନୀତିଜ୍ଞ ରୁଚିରା କମ୍ବୋଜ ହେଲେ ଜାତିସଂଘରେ ଭାରତ ସ୍ଥାୟୀ ପ୍ରତିନିଧି । ଅଧିକ ପଢନ୍ତୁ
![ବରିଷ୍ଠ କୂଟନୀତିଜ୍ଞ ରୁଚିରା କମ୍ବୋଜ ହେଲେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ବରିଷ୍ଠ କୂଟନୈତିଜ୍ଞ ରୁଚିରା କମ୍ବୋଜ ହେବେ ଜାତିସଂଘରେ ଭାରତର ପରବର୍ତ୍ତୀ ସ୍ଥାୟୀ ପ୍ରତିନିଧି](https://etvbharatimages.akamaized.net/etvbharat/prod-images/768-512-15621686-thumbnail-3x2-hj.jpg)
ବରିଷ୍ଠ କୂଟନୈତିଜ୍ଞ ରୁଚିରା କମ୍ବୋଜ ହେବେ ଜାତିସଂଘରେ ଭାରତର ପରବର୍ତ୍ତୀ ସ୍ଥାୟୀ ପ୍ରତିନିଧି
ବରିଷ୍ଠ ବୈଦେଶିକ ସେବା ଅଧିକାରୀ ରୁଚିରା,1987 ସିଭିଲ ସର୍ଭିସ ବ୍ୟାଚରେ ମହିଳା ବର୍ଗର ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଜାତିସଙ୍ଘରେ ଭାରତୀୟ ପ୍ରତିନିଧି ଭାବେ ସେ ବରିଷ୍ଠ କୂଟନୀତିଜ୍ଞ ଟି.ଏସ ତିରୁମୂର୍ତ୍ତିଙ୍କ ସ୍ଥାନ ନେବେ । 2002 ରୁ 2005 ମଧ୍ୟରେ ରୁଚିରା ଜାତିସଂଘରେ ଭାରତରେ ସ୍ଥାୟୀ ମିଶନରେ କାଉନସିଲର ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଜାତିସଂଘ ସୁରକ୍ଷା ପରିଷଦ ସଂସ୍କାର, ମଧ୍ୟପ୍ରାଚ୍ୟ ସଙ୍କଟ ଆଦି ପ୍ରସଙ୍ଗରେ ମଧ୍ୟ ସେ କାର୍ଯ୍ୟ କରିବାର ଅନୁଭବ ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ