ଓଡିଶା

odisha

By

Published : Nov 23, 2020, 1:04 PM IST

ETV Bharat / bharat

କଂଗ୍ରେସରେ ପରିବର୍ତ୍ତନ ଆବଶ୍ୟକ, ଫାଇଭ୍‌ ଷ୍ଟାର ସଂସ୍କୃତି ଘର କରିଛି: ଗୁଲାମ ନବୀ ଆଜାଦ୍

କଂଗ୍ରେସ ନେତାମାନେ ସାଧାରଣ ଜନତାଙ୍କ ଠାରୁ ଦୂରେଇ ଯାଇଛନ୍ତି ଏବଂ ଦଳ ‘‘ଫାଇଭ୍‌ ଷ୍ଟାର’’ ସଂସ୍କୃତି ଛାଡୁ ବୋଲି କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ । ଅଧିକ ପଢନ୍ତୁ...

କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ ଦଳରେ ସଂଗଠନାତ୍ମକ ଭାବେ ଦଳରେ ଆମୁଳଚୁଳ ପରିବର୍ତ୍ତନର ଆହ୍ବାନ ଦେଇଛନ୍ତି
କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ ଦଳରେ ସଂଗଠନାତ୍ମକ ଭାବେ ଦଳରେ ଆମୁଳଚୁଳ ପରିବର୍ତ୍ତନର ଆହ୍ବାନ ଦେଇଛନ୍ତି

ନୂଆଦିଲ୍ଲୀ: କଂଗ୍ରେସର ନେତାମାନେ ସାଧାରଣ ଜନତାଙ୍କ ଠାରୁ ଦୂରେଇ ଯାଇଛନ୍ତି ଏବଂ ଦଳରେ ‘‘ଫାଇଭ୍‌ ଷ୍ଟାର’’ ସଂସ୍କୃତି ଘର କରିଛି । କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ ଏହା‌ କହିଛନ୍ତି । ଏହାସହ ସେ ସଂଗଠନାତ୍ମକ ଭାବେ ଦଳରେ ଆମୂଳଚୂଳ ପରିବର୍ତ୍ତନର ଆହ୍ବାନ ଦେଇଛନ୍ତି ।

ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ପରେ ତାଙ୍କର ଏହି ବୟାନ ସାମ୍ନାକୁ ଆସିଛି । ଏହି ନିର୍ବାଚନରେ ଦଳ 70 ଟି ସିଟରେ ଲଢିଥିଲା ଯେଉଁଥିରେ, ମାତ୍ର 19 ଟି ଆସନରେ ଜିତିଥିଲା ।

ସେ କହିଥିଲେ, ରାଜ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିର୍ବାଚନ କରି ଦଳରେ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି । କଂଗ୍ରେସ ନେତାଙ୍କୁ ଆପାତତଃ ନିର୍ବାଚନ ବେଳେ ‘‘ଫାଇଭ୍‌ ଷ୍ଟାର’’ ନୀତି ଛାଡିବାକୁ ପଡିବ । ଆଜାଦ କହିଥିଲେ ଯେ, ସେ ସୁଧାରବାଦୀ ଭାବେ ଏହି ଦାବି ଉପସ୍ଥାପନ କରୁଛନ୍ତି, ବିଦ୍ରୋହୀ ଭାବେ ନୁହେଁ ।

କଂଗ୍ରେସରେ ସଂଗଠନାତ୍ମକ ପରିବର୍ତ୍ତନ ପାଇଁ ପତ୍ର ଲେଖିଥିବା 23 ଜଣଙ୍କ ମଧ୍ୟରେ ସାମିଲ ଆଜାଦ ଏକ ସାକ୍ଷାତକାରରେ କହିଥିଲେ,‘‘ସେ ପାର୍ଟି ଭିତରେ ଏକ ପତ୍ର ଲେଖି ଦଳର ବିଚାରଧାରା ଦୁର୍ବଳ ହେଉଛି ଏବଂ ଏଥିରେ ମନ୍ଥନର ଆବଶ୍ୟକତା ରହିଛି ବୋଲି କହିଥିଲେ ।’’ କେବଳ କଂଗ୍ରେସର ବିଚାରଧାରା ହିଁ ଦେଶକୁ ଏକଜୁଟ ରଖିପାରିବ କାରଣ, ଏହା ଧର୍ମ, ଜାତି ଓ ବର୍ଗ ଆଧାରରେ ଭେଦଭାବ କରେନାହିଁ ଏବଂ ଆମ ପାଇଁ ସମସ୍ତେ ସମାନ ବୋଲି ସେ ମତ ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details