ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ । ଏନେଇ ତାଙ୍କ ପୁଅ ଫୈଜଲ ପଟେଲ ଟ୍ବିଟ କରି ସୂଚନା ଦେଇଛନ୍ତି । ବୁଧବାର ରାତି 3.30 ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି ।
ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ - କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ
ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ । ଏହି ବରିଷ୍ଠ କଂଗ୍ରେସ ନେତା କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । ଅଧିକ ପଢନ୍ତୁ...
ଗୁଜୁରାଟର ଏହି ବରିଷ୍ଠ କଂଗ୍ରେସ ନେତା କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । ତାଙ୍କୁ ଦିଲ୍ଲୀ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅହମ୍ମଦ 21 ଅଗଷ୍ଟ 1949 ମସିହାରେ ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ । ଏକଦା ସେ ଭାରତୀୟ ରାଜନୀତିରେ ଗାନ୍ଧୀ ପରିବାରର ଅତି ଅନ୍ତରଙ୍ଗ ଥିଲେ । ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ରାଜନୈତିକ ସଚିବ ରହିଥିଲେ ।
ସେ ସଂସଦକୁ ଆଠ ଥର ନିର୍ବାଚିତ ହୋଇଥିଲେ । ଲୋକସଭାରେ 3 ଥର ନିର୍ବାଚିତ ହୋଇଥିବା ବେଳେ ରାଜ୍ୟସଭାରେ ସେ 5 ଥର ନିର୍ବାଚିତ ହୋଇଥିଲେ । ଶେଷ ଥର ପାଇଁ ସେ ନିଜ ରାଜ୍ୟ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।