ଲକ୍ଷ୍ନୌ: ବରିଷ୍ଠ ବିଜେପି ରଜନେତା ତଥା ଉତ୍ତରପ୍ରଦେଶ ବିଧାନସଭା ପୂର୍ବତନ ବାଚସ୍ପତି କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ ( Senior BJP leader Keshari Nath Tripathi passes away ) ହୋଇଛି । ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ କେଶରୀ ନାଥ ତ୍ରିପାଠୀ । ଆଜି (ରବିବାର) ଭୋର 5ଟାରେ ତାଙ୍କର ନିଧନ ହୋଇଥିବା ସୂଚନା ରହିଛି । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ । ଏନେଇ ତାଙ୍କ ପୁଅ ନୀରଜ ତ୍ରିପାଠୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେଶରୀ ନାଥ ତ୍ରିପାଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।
ଏହା ବି ପଢନ୍ତୁ....HP Cabinet Expansion: ଆଜି ସୁଖୁଙ୍କ କ୍ୟାବିନେଟ ସମ୍ପ୍ରସାରଣ, ଶପଥ ନେବେ ୧୦ ବିଧାୟକ
ପ୍ରଧାନମନ୍ତ୍ରୀଙ୍କ ଶୋକ:ପଶ୍ଚିମବଙ୍ଗ ପୂର୍ବତମ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା କେଶରୀ ନାଥ ତ୍ରିପାଠୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ''ସେବା ଏବଂ ବୁଦ୍ଧି ପାଇଁ କେଶରୀ ନାଥ ତ୍ରିପାଠୀ ଜୀଙ୍କୁ ସମ୍ମାନିତ କରାଯାଉଥିଲା । ସେ ସାମ୍ବିଧାନିକ ପ୍ରସଙ୍ଗରେ ପାରଙ୍ଗମ ଥିଲେ । ୟୁପିରେ ବିଜେପି ଗଠନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରାଜ୍ୟର ଅଗ୍ରଗତି ପାଇଁ କଠିନ ପରିଶ୍ରମ କରିଥିଲେ । ତାଙ୍କ ଦେହାନ୍ତରେ ଯନ୍ତ୍ରଣା କଷ୍ଟଦାୟକ । ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ।''
ସିଏମଙ୍କ ଶୋକ:ବରିଷ୍ଠ ରାଜନେତାଙ୍କୁ ହରାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ଆଦିତ୍ୟନାଥ ଲେଖିଛନ୍ତି, ''ବରିଷ୍ଠ ରାଜନେତା, ବିଜେପି ପରିବାରର ବରିଷ୍ଠ ସଦସ୍ୟ, ପଶ୍ଚିମବଙ୍ଗ ପର୍ବତନ ରାଜ୍ୟପାଳ ଆଦରଣୀୟ କେଶର ନାଥ ତ୍ରିପାଠୀଙ୍କୁ ନିଧନ ଅତ୍ୟନ୍ତ ଦୁଃଖଦାୟକ । ଭଗବାନ ଶ୍ରୀରାମ ତାଙ୍କ ଅମର ଆତ୍ମାକୁ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଧୌର୍ଯ୍ୟ ପ୍ରଦାନ କରନ୍ତୁ ।''
ଶ୍ରୀରାମ ଜନ୍ମଭୂମି ଅନ୍ଦୋଳନରେ ସାମିଲ ଥିଲେ:88 ବର୍ଷୀୟ କେଶରୀ ନାଥ ତ୍ରିପାଠୀ ଅଲ୍ଲାହାବାଦ ହାଇକୋର୍ଟର ସିନିୟର ଆଡଭୋକେଟ ଏବଂ ଜଣେ ସମ୍ବିଧାନ ବିଶେଷଜ୍ଞ ଥିଲେ । 2014 ଜୁଲାଇରୁ 2019 ଜୁଲାଇ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ । ପଶ୍ଚିମବଙ୍ଗ ରାଜ୍ୟପାଳ ଥିବା ସମୟରେ ତାଙ୍କ ପାଖରେ ବିହାର, ମେଘାଳ. ଏବଂ ତ୍ରିପୁରାର ଅତିରିକ୍ତ ରାଜ୍ୟପାଳ ଭାବେ ଦାୟିତ୍ବ ମଧ୍ୟ ତୁଲାଇଥିଲେ । 2004ରେ ଜୈନପୁରୀ ଆସନରେ ଲୋକସଭା ନିର୍ବାଚନ ଲଢିଥିଲେ କେଶରୀ ନାଥ ତ୍ରିପାଠୀ । ବିଜେପି ଉତ୍ତରପ୍ରଦେଶ ଅଞ୍ଚଳରେ ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । 1934 ନଭେମ୍ବର 10ରେ ଜନ୍ମଗ୍ରହଣ କରିଥିବା କେଶରୀ ନାଥ ତ୍ରିପାଠୀ ଦୀର୍ଘ ଦିନ ହେବ ବିଜେପିରେ ସାମିଲ ଥିଲେ । 1992ରୁ 1993, 1997ରୁ 2002ରୁ 2004 ଯାଏ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ଭାବେ କାର୍ଯ୍ୟ କରିଛନ୍ତି । ରାଜନୀତି ଛଡା ତାଙ୍କର ସାହିତ୍ୟରେ ରୁଚି ଥିଲା । ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି । ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନରେ ମଧ୍ୟ ସାମିଲ ଥିଲେ କେଶରୀ ନାଥ ତ୍ରିପାଠୀ । ଆନ୍ଦୋଳନ ନେଇ 1990 ମସିହାରେ କିଛି ଦିନ ପାଇଁ ଜେଲରେ ମଧ୍ୟ ଥିଲେ ।
ରସୁଲାବାଦରେ ହେବ ଅନ୍ତିମ ସଂସ୍କାର:ଡିସେମ୍ବର 8 ତାରିଖରେ କେଶରୀ ନାଥ ଗାଧୁଆ ଘରେ ଖସି ପଡିଥିଲେ । ଫଳରେ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା । ପାଖାପାଖି ଗୋଟିଏ ସପ୍ତାହ ହେବ ସେ ଚିକିତ୍ସିତ ହେଉଥିଲେ । ଦୀର୍ଘ ଦିନଧରି ସ୍ବାସ୍ଥ୍ୟଗତ ସମସ୍ୟା ସହ ଏ ଦୁର୍ଘଟଣାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା । ଡାକ୍ତରୀ ଟିମଙ୍କ ନୀରିକ୍ଷଣରେ ରହିଥିଲେ । ଶନିବାର ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଥିଲା । ଫଳରେ ଆଜି (ରବିବାର ) ଭୋର 5ଟାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି କେଶରୀ ନାଥ ତ୍ରିପାଠୀ । ଆଜି ସଂନ୍ଧ୍ୟାରେ ରୁସୁଲାବାଦ ଘାଟରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ ।