ନୂଆଦିଲ୍ଲୀ: ଦୁନିଆ ବଦଳୁଛି । ସମାଜରେ ଲୋକଙ୍କ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଘଟିଛି । ହେଲେ ଅପରାଧ ବଢିଛି । ଗୋଆ ଦୁଷ୍କର୍ମ ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୁବତୀମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାରେ ବୁଲିବା କଣ ଦରକାର ବୋଲି କହିଥିଲେ । ଏ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ନିଆଯାଇଥିଲା । ବରିଷ୍ଠ ଆଇନଜୀବୀ ଏପି ସିଂଙ୍କ ପ୍ରତିକ୍ରିୟା ନିଆଯାଇଥିଲା । ଯେଉଁଥିରେ ସେ ବି ମୁଖ୍ୟମନ୍ତ୍ରୀଙ୍କ କଥାକୁ ସମର୍ଥନ କରିଛନ୍ତି ।
ପ୍ରତିକ୍ରିୟାରେ ଆଇନଜୀବୀ ଏପି ସିଂ କହିଛନ୍ତି, ରାତିରେ ପୁଅ ଝିଅଙ୍କୁ ବାହାରେ ବୁଲିଲେ କଣ ମିଳିବ । ଯଦି ଆପଣ ବନ୍ଧୁତ୍ବ ଦିବସ ଓ ପ୍ରେମ ଦିବସକୁ ପ୍ରୋତ୍ସାହନ ଦେଉଛନ୍ତି ତେବେ ସମାଜକୁ ଦୁଷ୍କର୍ମ ଭଳି ପରିଣାମ ଭୋଗିବାରୁ ପ୍ରସ୍ତୁତ ରହିବାରୁ ପଡିବ ବୋଲି କହିଛନ୍ତି ଆଇନଜୀବୀ ଏପି ସିଂ ।