ଜୟପୁର:ରାଜସ୍ଥାନ ଚୁରୁରେ ବିଳମ୍ବରେ ବରପକ୍ଷ ପହଞ୍ଚିବା ପଡ଼ିଲା ମହଙ୍ଗା । ଫଳରେ କନ୍ୟାର ଅନ୍ୟତ୍ର ବିବାହ କଲେ ପରିବାର । ବରପକ୍ଷ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଛି । ଏହି ଘଟଣା ଚୁରୁ ଜିଲ୍ଲାର ରାଜଗଡ଼ ତହସିଲର ଚେଲାନା ଗାଁରେ ଘଟିଛି । ବିବାହ ନ ହୋଇପାରିବା ପରେ ବିନା ନବବଧୂରେ ଘରକୁ ଫେରିଛି ବରପକ୍ଷ(Wedding procession returned without bride in Churu) ।
ଗତ ମେ 15 ତାରିଖରେ ହରିୟାଣାର ସିୱାନି ୱାର୍ଡ ନମ୍ବର 10 ରେ ରହୁଥିବା ଅନିଲଙ୍କ ପୁଅ ମହାବୀର ଜାଟ ଏକ ଶୋଭାଯାତ୍ରା ସହିତ ରାଜଗଡର ଚେଲାନା ବ୍ୟାସରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରା କନ୍ୟାର ଘରେ ପହଞ୍ଚିବା ମାତ୍ରେ ୧୫୦ ଜଣ ବରଯାତ୍ରୀ ଡିଜେ ଗୀତରେ ନାଚିବା ଆରମ୍ଭ କରିଥିଲେ । ରାତି ପ୍ରାୟ 9ଟା ବେଳେ ଏହି ଶୋଭାଯାତ୍ରା କନ୍ୟା ଘର ନିକଟରେ ପହଞ୍ଚିଯାଇଥିଲା, କିନ୍ତୁ ମଦ୍ୟପ ବରଯାତ୍ରୀ ରାତି 1ଟା ପର୍ଯ୍ୟନ୍ତ ନାଚିବାରେ ଲାଗିଥିଲେ । ବର ଏବଂ ତାଙ୍କ ସାଙ୍ଗମାନଙ୍କ ଏପରି କାର୍ଯ୍ୟକଳାପ ଦେଖି କନ୍ୟାପକ୍ଷ ବିରକ୍ତ ହୋଇଥିଲେ ।