ଓଡିଶା

odisha

ETV Bharat / bharat

ମୋ ଝିଅ ଚରିତ୍ରସଂହାର କରି ମୋତେ ବଦନାମ ପାଇଁ ଚେଷ୍ଟା କରିଛି କଂଗ୍ରେସ: ଇରାନୀ - କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ଝିଅ ବିରୋଧରେ ଆସିଥିବା ବେଆଇନ ବାର ଚଳାଇବା ଅଭିଯୋଗ ନେଇ କଂଗ୍ରେସ ଉପରେ ବର୍ଷିଲେ ଇରାନୀ । କହିଲେ ମୋ ଝିଅର ଚରିତ୍ରସଂହାର କରି ମୋତେ ବଦନାମ କରିବାକୁ ଚେଷ୍ଟା କରିଛି କଂଗ୍ରେସ । କୋର୍ଟର ଦ୍ବାରସ୍ଥ ହେବି । ଅଧିକ ପଢନ୍ତୁ

ମୋ ଝିଅ ଚରିତ୍ର ସଂହାର କରି ମତେ ବଦନାମ କରିବାକୁ ଚେଷ୍ଟା କରିଛି କଂଗ୍ରେସ, କୋର୍ଟ ଯିବି: ଇରାନୀ
ମୋ ଝିଅ ଚରିତ୍ର ସଂହାର କରି ମତେ ବଦନାମ କରିବାକୁ ଚେଷ୍ଟା କରିଛି କଂଗ୍ରେସ, କୋର୍ଟ ଯିବି: ଇରାନୀ

By

Published : Jul 23, 2022, 6:49 PM IST

ନୂଆଦିଲ୍ଲୀ:ଝିଅ ବିରୋଧରେ ବେଆଇନ ବାର୍‌ ଚଳାଇବା ଅଭିଯୋଗ ଆସିବା ପରେ, ଏହା କଂଗ୍ରେସର ହୀନ ଷଡଯନ୍ତ୍ର ବୋଲି କହି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି, "ତାଙ୍କ ଝିିଅ କେବଳ ଏକ ମାଧ୍ୟମ, ସେ କଂଗ୍ରେସ ଓ ଗାନ୍ଧୀ ପରିବାର ବିରୋଧରେ 5 ହଜାର କୋଟି ଟଙ୍କାର ରାଜସ୍ବ ଲୁଟ ଅଭିଯୋଗ ନେଇ ପ୍ରେସମିଟ କରିବା ପରେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ କଂଗ୍ରେସ ଟାର୍ଗେଟ କରିଛି । ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କ ଭାବମୂର୍ତ୍ତି ମଳିନ କରିବା ପାଇଁ ତାଙ୍କ 18 ବର୍ଷର ଝିଅର ଚରିତ୍ରସଂହାର କରିବାକୁ କଂଗ୍ରେସ ପଛାଇନାହିଁ ।"

ଆଜି (ଶନିବାର) ଅପରାହ୍ନରେ ଏକ ପ୍ରେସମିଟ୍‌ ଡାକି ଝିଅ ବିରୋଧରେ ଆସିଥିବା ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିବା ସହ ଏହା କଂଗ୍ରେସର ଏକ ଷଡଯନ୍ତ୍ର ବୋଲି କହିଛନ୍ତି ଇରାନୀ । ସେହିପରି କଂଗ୍ରେସ ନେତା ଜୟରାମ ରମେଶଙ୍କ ଅଭିଯୋଗ ଅନୁସାରେ, ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ ତାଙ୍କ ଝିଅର ନାମ କେଉଁଠାରେ ଉଲ୍ଲେଖ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ମଧ୍ୟ ସିଧାସଳଖ ଗାନ୍ଧୀ ପରିବାର ଉପରେ ବର୍ଷିଥିବା ମଧ୍ୟ ଦେଖିବାକୁ ମିଳିଛି । ସୋନିଆ ଓ ରାହୁଲ ଗାନ୍ଧୀ ଦେଶରୁ ରାଜସ୍ବରୁ 5 ହଜାର କୋଟି ଟଙ୍କା ଆତ୍ମସାତ କରିଛନ୍ତି । ସେ ଏହି ପ୍ରସଙ୍ଗରେ ପ୍ରେସମିଟ କରି ଉଭୟଙ୍କୁ ସମାଲୋଚନା କରିବା ସହିତ ତଦନ୍ତ ଦାବି କରିଥିଲେ । ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ କରିବା ପାଇଁ ଅପଚେଷ୍ଟା କରାଯାଇଥିବା ସେ କହିଛନ୍ତି । ସେହପିରି ସେ ଏହି ମାମଲାକୁ ନେଇ କୋର୍ଟରେ ଦ୍ବାରସ୍ଥ ହେବେ ବୋଲି ମଧ୍ୟ ସେ ସିଧାସଳଖ କଂଗ୍ରେସକୁ ଚେତାବନୀ ଦେଇଛନ୍ତି ।

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ପରିସରରେ ରହିଛନ୍ତି । ରାହୁଲଙ୍କ ଜେରା ସରିଥିବାବେଳେ ଏବେ ସୋନିଆଙ୍କୁ ଜେରା ଜାରି ରଖିଛି ତଦନ୍ତକାରୀ ସଂସ୍ଥା । ତେବେ ଗତମାସ ଏହି ପ୍ରସଙ୍ଗ ନେଇ ଇରାନୀ ପ୍ରେସମିଟ୍‌ କରିବା ସହ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ତୀକ୍ଷ୍ଣ ସମାଲୋଚନା କରିଥିଲେ । କଂଗ୍ରେସ ଏବେେ ତାଙ୍କ ଭାବମୂର୍ତ୍ତି ବିଗାଡିବା ପାଇଁ ତାଙ୍କ ଝିଅକୁ ବଦନାମ କରିଥିବା ଇରାନୀ କହିଛନ୍ତି । ସେ ଏହା ବିରୋଧରେ ଆଇନଗତ ଲଢେଇ ଲଢିବେ ବୋଲି ସେ ସିଧା ଚେତାବନୀ ମଧ୍ୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details