ଗୌହାଟୀ: ଆଜି ମୁସଲମାନ ଧର୍ମାବଲମ୍ବୀଙ୍କ ବଡ ପର୍ବ ଇଦ୍ ଉଲ ଫିତର । ଏକ ମାସ ଧରି ଚାଲିଥିବା ରୋଜାର ଆଜି ଶେଷ ଦିନ । ଯାହାକୁ ପବିତ୍ର ମାସ କୁହାଯାଏ । ଏହି ସମୟରେ ମୁସଲମାନ ସମ୍ପ୍ରଦାୟର ଲୋକେ ଦାନଧର୍ମ କରିଥାନ୍ତି । ଏହି ଅବସରରେ କରିମଗଞ୍ଜ ଜିଲ୍ଲାର ଭାରତ-ବାଂଲାଦେଶ ସୀମାରୁ ଏକ ଚିତ୍ର ସାମ୍ନାକୁ ଆସିଛି । ଦୁଇ ଦେଶର ସୀମାରେ ମୁତୟନ ସୁରକ୍ଷାକର୍ମୀମାନେ ପରସ୍ପରକୁ ଇଦର ଶୁଭକାମନା ଜଣାଇ ମିଠା ଓ ଫଳ ପ୍ୟାକେଟ ଦିଆନିଆ ହୋଇଛନ୍ତି ।
ପରସ୍ପରକୁ ଇଦ୍ ଶୁଭକାମନା ଜଣାଇଲେ ଭାରତ-ବାଂଲାଦେଶ ବର୍ଡରର ସୁରକ୍ଷାକର୍ମୀ - ଭାରତ ବାଂଲାଦେଶ ବର୍ଡରରେ ଇଦ୍ ଶୁଭକାମନା
କରିମଗଞ୍ଜ ଜିଲ୍ଲାର ଭାରତ-ବାଂଲାଦେଶ ସୀମାରେ ପରସ୍ପରକୁ ଇଦର ଶୁଭକାମନା ଜଣାଇଲେ ଦୁଇ ଦେଶର ସୁରକ୍ଷାକର୍ମୀ । ଅଧିକ ପଢନ୍ତୁ...
![ପରସ୍ପରକୁ ଇଦ୍ ଶୁଭକାମନା ଜଣାଇଲେ ଭାରତ-ବାଂଲାଦେଶ ବର୍ଡରର ସୁରକ୍ଷାକର୍ମୀ Eid](https://etvbharatimages.akamaized.net/etvbharat/prod-images/768-512-11:48:17:1620973097-as10036-14052021100057-1405f-1620966657-548-1405newsroom-1620971778-1025.jpg)
Eid
ମିଜୋରାମ ଏବଂ କାଚର ସୀମାନ୍ତ ବିଏସଏଫ ବାଂଲାଦେଶର ସିଲହେଟ ଓ ଶ୍ରୀମଙ୍ଗଲ ସେକ୍ଟରର କମାଣ୍ଡଙ୍କ ଉପସ୍ଥିତିରେ କରିମଗଞ୍ଜ ଜିଲ୍ଲା ସୁଟରକାଣ୍ଡି ବନ୍ଦରର ଜିରୋ ପଏଣ୍ଟ ନିକଟରେ ପରସ୍ପରକୁ ଏହି ମିଠା ଓ ଫଳ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ