ଓଡିଶା

odisha

By

Published : Mar 20, 2023, 8:41 AM IST

ETV Bharat / bharat

ଆଜି ରାଜଧାନୀର ରାମଲୀଳା ମଇଦାନରେ କିଷାନ ମହାପଞ୍ଚାୟତ, ଜଗିଛି ପୋଲିସ

ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗର୍ଜିବେ ଚାଷୀ । ରାମଲୀଳା ମଇଦାନରେ କିଷାନ ମହାପଞ୍ଚାୟତ ନେଇ ସୁରକ୍ଷା ବ୍ୟବସ୍ଥା କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

Kisan Mahapanchayat
ଆଜି ରାଜଧାନୀର ରମଲିଳୀ ମଇଦାନରେ କିସାନ ମହାପଞ୍ଚାୟତ

ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ରାଜରାସ୍ତାକୁ ଓହ୍ଲାଇବେ ଚାଷୀ । ରାଜଧାନୀ ରାସ୍ତାରେ ଗର୍ଜିବେ କୃଷକ । ରାମଲୀଳା ମଇଦାନରେ ଆଜି ପୁଣି କୃଷକ ଆନ୍ଦୋଳନ ହେବାକୁ ଯାଉଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର କିଷାନ ମହାପଞ୍ଚାୟତ ନେଇ ଦିଲ୍ଲୀ ପୋଲିସ ଆଡଭାଇଜରି ଜାରି କରିଛି । ଛକ ଛକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଏହି କୃଷକ ରାଲିରେ ଶତାଧିକ ଚାଷୀ ସାମିଲ ହେବେ ।

ଦିଲ୍ଲୀ ପୋଲିସ ସୂଚନା ଅନୁସାରେ, ରାମଲୀଳା ମଇଦାନ ନିକଟରେ ରାସ୍ତା ଏବଂ ବିଶେଷ କରି ଜବାହାର ଲାଲ ନେହେରୁ ମାର୍ଗରୁ ଦିଲ୍ଲୀ ଗେଟରୁ ଅଜମେର ଗେଟ ଯାଏ ଥିବା ରାସ୍ତାରେ ଯାତାୟତ ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି । ଏହାଛଡା କିଷାନ ମହାପଞ୍ଚାୟତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କିଷାନ ମହାପଞ୍ଚାୟତ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ 2000 ପୋଲିସ ଫୋର୍ସ ମୁତୟନ ହୋଇଛି । ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ଲୋକଙ୍କୁ ରାମଲୀଳା ମଇଦାନ ପଟକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ବାରଣ କରାଯାଇଛି । ଦିଲ୍ଲୀ ପୋଲିସ ଆଲର୍ଟ ରହିଛି ।

ଏହା ବି ପଢନ୍ତୁ...Budget Session: ଆଜି ଅଷ୍ଟମ ଦିନ, ରଣନୀତି ପ୍ରସ୍ତୁତ ପାଇଁ ବୈଠକ କରିବେ ବିରୋଧୀ

20 ମାର୍ଚ୍ଚରେ ମହାପଞ୍ଚାୟତ କରିବା ନେଇ ଘୋଷଣା କରିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା । ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଷୀ ଏକାଠି ହେବେ । ଦିଲ୍ଲୀରେ ପହଞ୍ଚି ସାରିଛନ୍ତି ଚାଷୀ । ଏସକେଏମ ନେତା ଗତକାଲି (ରବିବାର) ଏକ ବୈଠକ କରିଥିଲେ । ଏଥିରେ କୃଷି ଆୟ କମ କରି ଲାଭ ପାଇଁ ଜମି, ବନ ଏବଂ ପ୍ରାକୃତିକ ସଂଶୋଧନ ଛଡାଇ ନେବା ଭଳି ମୁଦ୍ଦା ଉଠାଇବେ ଚାଷୀ ।

ଗତମାସରେ କିଷାନ ମୋର୍ଚ୍ଚା କହିଥିଲା ଏମଏମପି ଉପରେ ଗ୍ୟାରେଣ୍ଟି ଉପରେ ଚାପ ପକାଇବା ପାଇଁ ମହାପଞ୍ଚାୟତ ଆୟୋଜନ କରିବା ନେଇ ସୂଚନା ଦେଇଥିଲା । ଏସକେଏମ ନେତା ଦର୍ଶନ ପାଲ ଏକ ସମ୍ମିଳନୀ କରି କହିଥିଲେ, କେନ୍ଦ୍ର ପକ୍ଷରୁ 2021 ଡିସେମ୍ବର 9 ତାରିଖରେ ଆମକୁ ଲିଖିତ ଭାବେ ଦିଆଯାଇଥିବା ଆଶ୍ବସନା ପୂରଣ ହେବା ଦରକାର । କୃଷକଙ୍କ ପାଇଁ ବଢୁଥିବା ସଙ୍କଟକୁ କମ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ହେବା ଦରକାର ।

ପ୍ରକାଶଥାଉ କି, 2020 ସେପ୍ଟେମ୍ବରରେ କେନ୍ଦ୍ର ସରକାର 3 କୃଷି ଆଇନ ଆଣିଥିଲେ । ଏହାକୁ ବିରୋଧ କରି ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ ଚାଷୀ । ସିଙ୍ଘୁ ସୀମାରେ ପ୍ରାୟ 1 ବର୍ଷ ଧରି ଆନ୍ଦୋଳ କରିଥିଲେ କୃଷକ । ଏହାପରେ 2022 ନଭେମ୍ବର 19 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନ ପ୍ରତ୍ୟାହାର ପାଇଁ ଘୋଷଣା କରିଥିଲେ । ଏହା ପରେ ଚାଷୀ ଆନ୍ଦୋଳନ ବନ୍ଦ ହୋଇଥିଲା ।

ABOUT THE AUTHOR

...view details