ଓଡିଶା

odisha

By

Published : Aug 9, 2022, 10:05 PM IST

ETV Bharat / bharat

ଭାରତ-ଚୀନ ସୀମା ଫରଓ୍ୱାଡ ପୋଷ୍ଟରୁ 15 ଦିନରେ ଧରାପଡିଲେଣି 2 ଯୁବକ, ସୁରକ୍ଷା ନେଇ ବଢିଲା ଚିନ୍ତା

ଉତ୍ତରକାଶୀ ନିକଟବର୍ତ୍ତୀ ଭାରତ-ଚୀନ୍ ସୀମା ଫରଓ୍ବାର୍ଡ ପୋଷ୍ଟରୁ 15 ଦିନରେ 2 ଯୁବକଙ୍କୁ ଧରିଲା ସୁରକ୍ଷା ବଳ । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ବଢିଲା ଚିନ୍ତା । ଅଧିକ ପଢନ୍ତୁ

ଭାରତ-ଚୀନ ସୀମା ଫରଓ୍ବାଡ ପୋଷ୍ଟରୁ 15 ଦିନରେ ଧରା ପଡିଲେଣି 2 ଯୁବକ, ସୁରକ୍ଷା ନେଇ ବଢିଲା ଚିନ୍ତା
ଭାରତ-ଚୀନ ସୀମା ଫରଓ୍ବାଡ ପୋଷ୍ଟରୁ 15 ଦିନରେ ଧରା ପଡିଲେଣି 2 ଯୁବକ, ସୁରକ୍ଷା ନେଇ ବଢିଲା ଚିନ୍ତା

ଡେରାଡୁନ: ଭାରତ-ଚୀନ୍ ସୀମାରେ ସୁରକ୍ଷାରେ ବ୍ୟାପକ ଅବହେଳା ଦେଖିବାକୁ ମିଳିଛି । ଗତ 15 ଦିନ ମଧ୍ୟରେ, ସୀମାର ଫରଓ୍ବାଡ ପୋଷ୍ଟରେ ଦୁଇ ଜଣଙ୍କୁ ଧରାଯାଇଛି । ଉକ୍ତ ଅଞ୍ଚଳ ସୁରକ୍ଷା ଦୃଷ୍ଟିରୁ ଖୁବ ସମ୍ବେଦନଶୀଳ ସ୍ଥାନ ହୋଇଥିଲେ ସୁଦ୍ଧା ଅଟକ ବ୍ୟକ୍ତିଙ୍କ ଠାରେ ସେଠାକୁ ଯିବା ନେଇ କୌଣସି ବୈଧ ଅନୁମତିପତ୍ର ମିଳିନାହିଁ । ସେଠାକୁ ଯିବାକୁ ହେଲେ ଆବଶ୍ୟକୀୟ କାରଣ ସହ ପ୍ରଶାସନ ପକ୍ଷରୁ ଅନୁମତି ମଧ୍ୟ ନେବାକୁ ପଡିଥାଏ ।

ଭାରତ-ଚୀନ ସୀମାର ସୀମାବର୍ତ୍ତୀ ଜିଲ୍ଲା ହେଉଛି ଉତ୍ତରକାଶୀ । ସେଠାରେ ଭୈରବ ଉପତ୍ୟକା ଠାରୁ ଗାଙ୍ଗୋତ୍ରୀ ରାଜପଥରେ ନେଲୋଙ୍ଗକୁ ଯିବାକୁ ହେଲେ ପ୍ରଶାସନ ଠାରୁ ଏକ ସ୍ବତନ୍ତ୍ର ଧରଣର (ଇନର ଲାଇନ) ଅନୁମତିପତ୍ର ନେବାର ବ୍ୟବସ୍ଥା ରହିଛି । ଏହା ପରେ, ଏଠାକୁ ଯାଉଥିବା ବ୍ୟକ୍ତିଙ୍କୁ ଏକାଧିକ ଚେକ ପଏଣ୍ଟରେ କଡା ଯାଞ୍ଚ କରାଯିବା ପରେ ଆଗକୁ ବଢିବାର ଅନୁମତି ପାଇଥାଏ ସୁରକ୍ଷା ବଳ । ଦୁଇ ଦେଶର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବା କାରଣରୁ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗରେ ଏହି ସ୍ଥାନ ବେସ ଗୁରୁତ୍ବପୂର୍ଣ୍ଣ ମଧ୍ୟ । ତେବେ ବିନା କୌଣସି ଅନୁମତିପତ୍ର ଓ ଯାଞ୍ଚରେ ଏପରି ଏକାଧିକ ଘଟଣା ସାମ୍ନାକୁ ଆସିବା ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟିକୁ ପଦାରେ ପକାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details